fbpx

ମାର୍କେଟ ବିଲ୍ଡିଂ ଆତଙ୍କରାଜ ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୮ା୨(ଓଡ଼ିଶା ଭାସ୍କର): ଗତ କିଛି ଦିନ ତଳେ ଭୁବନେଶ୍ୱରର ରାଜମହଲ ଛକ ସ୍ଥିତ ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧାଙ୍କ ଆତଙ୍କରାଜ ଦେଖା ଦେଇଥିଲା । ସେଠାରେ ଦୃବୃତ୍ତମାନେ ୩୦ରୁ ଅଧିକ ଉଠା ଦେକାନ ବାଡ଼େଇ ଭାଙ୍ଗିବା ସହ ଦେକାନୀକୁ ମଧ୍ୟ ଗୋଡ଼େଇ ଗୋଡ଼େଇ ପିଟିଥିଲେ । ଆଜି ସେହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଗୋପୀନାଥ ନାୟକଙ୍କୁ ଗିରଫ କରିଛି ପୋଲିସ । ଗଜପତିରୁ କମିଶନରେଟ ପୋଲିସ ଗିରଫ କରିଛି । ଗିରଫ ନେଇ ସୂଚନା ଦେଇଛନ୍ତି କମିଶନରେଟ ପୋଲିସ । ବର୍ତ୍ତମାନ ସୁଦ୍ଧା ସେହି ମାମଲାରେ ୩୨ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

Get real time updates directly on you device, subscribe now.