BUSINESS

ମାନ୍ଦା ପଡିଲା ସେୟାର ବଜାର

ମୁମ୍ବାଇ: ଲଗାତାର ୬ଷ୍ଠ ବ୍ୟବସାୟିକ ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ତଳକୁ ଖସିଛି । ବୁଧବାର ସେନ୍ସେକ୍ସ ୧୪୦ ପଏଣ୍ଟ ହ୍ରାସ ପାଇ ଦୁଇସପ୍ତାହର ନିମ୍ନସ୍ତର ୩୮,୦୧୮.୩୧ ପଏଣ୍ଟରେ କାରବାର ସମାପ୍ତ କରିଥିଲା । ନିବେଶକଙ୍କ ମଧ୍ୟରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ତଥା ଭାରତୀୟ ଟଙ୍କାର ଦୁର୍ବଳ ସ୍ଥିତି ଯୋଗୁ ସେନ୍ସେକ୍ସରେ ଏହାର ପ୍ରଭାବ ପଡିଛି । ଲଗାତାର ଭାରତୀୟ ମୁଦ୍ରା ଅନ୍ତରାଷ୍ଟ୍ରୀୟ ବଜାରରେ ଦୁର୍ବଳ ହେଉଥିବା ଫଳରେ ଭାରତୀୟ ସେୟାର ବଜାର କ୍ଷତି ସହୁଛି । ଜୁଲାଇ-ଅଗଷ୍ଟ ମାସରେ ବଜାରରେ ବୃଦ୍ଧି ଦେଖାଯିବା ପରେ ଏହା ହ୍ରାସ ପାଇବାରେ ଲାଗିଛି । ବୁଧବାର ସେନ୍ସେକ୍ସ ୩୮ ହଜାର ସ୍ତର ଠାରୁ ମଧ୍ୟ ତଳକୁ ଖସିଯାଇଥିଲା । ଦିନର କାରବାର ମଧ୍ୟରେ ସେନ୍ସେକ୍ସ ୩୭,୭୭୪.୪୨ ପଏଣ୍ଟର ନିମ୍ନସ୍ତର ଛୁଇଁଥିଲା । ସେହିଭଳି ନ୍ୟାସ୍ନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୪୩.୩୫ ପଏଣ୍ଟ ହ୍ରାସ ପାଇ ୧୧,୪୭୬.୯୫ ପଏଣ୍ଟରେ କାରବାର ସମାପ୍ତ କରିଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close