SPORTSPORTSTENNISTOP STORIES

ୟୁଏସ୍ ଓପେନ୍, ସେମିରେ ନାଡାଲ ଓ ସେରେନା

ନ୍ୟୁୟର୍କ,୫ା୯: ଡିଫେଣ୍ଡିଂ ଚାମ୍ପିଅନ ତଥା ବିଶ୍ୱର ନମ୍ବର-୧ ପୁରୁଷ ସିଙ୍ଗିଲ୍ସ ଖେଳାଳି ରାଫେଲ ନାଡାଲ ୟୁଏସ୍ ଓପନ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ନିଜକୁ ବିପର୍ଯ୍ୟୟରୁ ରକ୍ଷା କରିଛନ୍ତି । ଅଷ୍ଟ୍ରିଆର ନବମ ସିଡ୍ ଡୋମିନିକ୍ ଥିଏମଙ୍କ ବିରୁଦ୍ଧରେ ଅନୁଷ୍ଠିତ ଅତ୍ୟନ୍ତ ରୋମାଞ୍ଚକର ମୁକାବିଲାରେ ବିଜୟଲାଭ କରି ନାଡାଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରାୟ ୪ ଘଣ୍ଟା ୪୯ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ସଂଘର୍ଷପୂର୍ଣ୍ଣ କ୍ୱାର୍ଟରଫାଇନାଲ ମୁକାବିଲାରେ ନାଡାଲ ୦-୬, ୬-୪, ୭-୫, ୬-୭, ୭-୬ ସେଟ୍ରେ ବିଜୟଲାଭ କରିଥିଲେ । ୩୨ ବର୍ଷିୟ ନାଡାଲ ପ୍ରଥମ ସେଟ୍ ହାରିବା ପରେ ଜବରଦସ୍ତ ଢଙ୍ଗରେ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଡୋମିନିକ୍ ଅନ୍ୟପଟେ ନାଡାଲଙ୍କୁ କଡା ଟକ୍କର ଦେବା ସହ ପ୍ରତ୍ୟେକ ପଏଣ୍ଟ ପାଇଁ ସଂଘର୍ଷ କରିବାକୁ ବାଧ୍ୟ କରିଥିଲେ । ନାଡାଲ ସେମିଫାଇନାଲ ମୁକାବିଲାରେ ତୃତୀୟ ସିଡ୍ ଆର୍ଜେଣ୍ଟିନାର ଜୁଆନ୍ ମାର୍ଟିନ ଡେଲ୍ପୋଟ୍ରୋଙ୍କୁ ଭେଟିବାକୁଯାଉଛନ୍ତି । ୨୦୦୯ର ଚାମ୍ପିଅନ ଡେଲପୋଟ୍ରୋ ଅନ୍ୟଏକ ମହତ୍ୱପୂର୍ଣ୍ଣ କ୍ୱାର୍ଟରଫାଇନାଲ ମ୍ୟାଚ୍ରେ ଆମେରିକାର ୧୧ତମ ସିଡ୍ ଜୋ୍ ଇସନରଙ୍କୁ ପରାସ୍ତ କରିଥିଲେ । ଡେଲ୍ପୋଟ୍ରୋ ୩ ଘଣ୍ଟା ୩୧ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ମୁକାବିଲାରେ ୬-୭, ୬-୩, ୭-୬, ୬-୨ ସେଟ୍ରେ ବିଜୟୀ ହୋଇଥିଲେ । ଅନ୍ୟପଟେ ମହିଳା ସିଙ୍ଗିଲ୍ସ ବିଭାଗରେ ଆମେରିକାର ସେରେନା ୱିଲିୟମ୍ସ ବିଜୟଧାରା ଅବ୍ୟାହତ ରଖି ସେମିଫାଇନାଲରେ ପହଞ୍ôଚଛନ୍ତି । ସେ କ୍ୱାର୍ଟରଫାଇନାଲ ମ୍ୟାଚ୍ରେ ଚେକ୍ ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭାଙ୍କୁ ୬-୪, ୬-୩ ସେଟ୍ରେ ପରାସ୍ତ କରିଥିଲେ । ସେହିଭଳି ଅନ୍ୟଏକ ମ୍ୟାଚ୍ରେ ଆମେରିକାର ତୃତୀୟ ସିଡ୍ ସ୍ଲୋଆନେ ଷ୍ଟିଫେନ୍ସଙ୍କୁ ବିପର୍ଯ୍ୟୟ ସାମ୍ନା କରିବାକୁ ପଡିଛି । ଲାତ୍ଭିଆର ଆନାସ୍ତାସିଜା ସେବାସ୍ତୋଭା ୬-୨, ୬-୩ ସେଟ୍ରେ ଷ୍ଟିଫେନ୍ସକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଡବଲ୍ସ ବିଭାଗରେ ଭାରତର ରୋହନ ବୋପ୍ପନା ଓ ଫ୍ରାନ୍ସର ଏଡୁଆଡ ରୋଜର ଭେସଲିନ୍ଙ୍କ ଯୋଡି ପରାସ୍ତ ହୋଇଛି । ଏହି କ୍ୱାର୍ଟରଫାଇନାଲ ମ୍ୟାଚ୍ରେ କଲମ୍ବିଆର ଜୁଆନ୍ସେବାଷ୍ଟିଆନ୍ ଓ ରବଟ ଫାରାଙ୍କ ଯୋଡି ୬-୩, ୬-୪ ସେଟ୍ରେ ବୋପ୍ପନା ଓ ଭେସିଲିନ୍ଙ୍କ ଯୋଡିକୁ ପରାସ୍ତ କରିଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close