INTERNATIONAL NEWSNATIONALNEWSTOP STORIES

ଦୁର୍ଘଟଣାରୁ ଅଳ୍ପକେ ବର୍ତିଲା ଏୟାର ଇଣ୍ଡିଆ ବିମାନ

ମାଲେ,୭।୯: ଏୟାର ଇଣ୍ଡିଆର ଏକ ବିମାନ ଶୁକ୍ରବାର ଦୁର୍ଘଟଣାର ଶିକାର ହେବାରୁ ଅଳ୍ପକେରୁ ବର୍ତ୍ତି ଯାଇଛି। ତିରୁଅନନ୍ତପୁରମରୁ ଉଡାଣ ଆରମ୍ଭ କରି ଏୟାର ଇଣ୍ଡିଆର ଏହି ବିମାନଟି ମାଲଦ୍ଵୀପରେ ଭୁଲ ରନଓ୍ଵେରେ ଅବତରଣ କରିଥିଲା। ଏହି ଘଟଣାରେ ବିମାନର ଦୁଇଟି ଟାୟାର ସଂପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି। ଟାୟାର ଫାଟି ଯିବାରୁ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ କୌଣସି ମୃତାହତ ହୋଇ ନାହିଁ। ଏୟାର ଇଣ୍ଡିଆର ବିମାନ ୩୨୦ଏନଇଓ ଶୁକ୍ରବାର ତିରୁଅନନ୍ତପୁରମରୁ ମାଲଦ୍ଵୀପର ମାଲେ ଭେଲାନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରୁଥିଲା। ବିମାନ ଅବତରଣ କରିବା ସମୟରେ ଭୁଲ ନିର୍ଦ୍ଦେଶ ଦିଆଯାଇ ଥିବାରୁ ବିମାନଟି ନିର୍ମାଣଧୀନ ରନଓ୍ଵେରେ ଅବତରଣ କରିଥିଲା। ଏହି ରନଓ୍ଵେକୁ ବିମାନ ପରିଚାଳନା ପାଇଁ ଆରମ୍ଭ କରାଯାଇ ନାହିଁ। ରନଓ୍ଵେରେ ଅବତରଣ ସମୟରେ ବିମାନରେ ୧୩୬ ଯାତ୍ରୀ ଥିଲେ। ବିମାନରେ ଥିବା ସମସ୍ତ ଯାତ୍ରୀ ଓ ଚାଳକ ସମସ୍ତେ ସୁରକ୍ଷିତ ଅଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close