CRIMEODISHATOP STORIES

ଟିଟୋ ଲିଙ୍କ୍, ବ୍ୟବସାୟୀ ଦୀପ୍ତି ଦାସଙ୍କ ବାସଭବନରେ ଚଢଉ

ଜଗତସିଂହପୁର, ୯।୯ (ଓଡ଼ିଶା ଭାସ୍କର): ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ ଘଟଣାରେ ରବିବାର ସକାଳୁ ଯୁବ ବ୍ୟବସାୟୀ ଦିପ୍ତୀ ଦାସଙ୍କ ଜଗତସିଂହପୁର ସ୍ଥିତ ଘରେ ଏସଟିଏଫ ଟିମ୍‍ର ଚଢାଉ କରିଛି। ଦୀପ୍ତି ଗ୍ୟାଙ୍ଗଷ୍ଟର ଟିଟୋର ଜଣେ ପ୍ରମୁଖ ସହଯୋଗୀ ବୋଲି ସୂଚନା ଦିଆ ଯାଇଛି।

ଚଢଉ ସମୟରେ ଅଡ଼ି କାର, ଲାଇସେନ୍ସ, ବନ୍ଧୁକ, ୧୨ଟି ଜୀବନ୍ତ ଗୁଳି , ୬୪୨୫୦ ଟଙ୍କା, ବହୁ ବ୍ୟାଙ୍କ ଆକାଉଣ୍ଟ, ଜମି ପଟ୍ଟା ଆଦି ଜବତ କରାଯାଇଛି। ଦିପ୍ତୀଙ୍କ ନାମରେ ହୋଟେଲ ନିରମଳା ରେସିଡ଼େନ୍ସି, ବୃନ୍ଦାବନ ଗେଷ୍ଟ ହାଉସ, ଗ୍ଲାସ ଏବଂ ପ୍ଲାଏ ଦୋକାନ, ଭୁବନେଶ୍ୱର ପଟିଆରେ ଘର ଆଦି ରହିଛି ବୋଲି ତଦନ୍ତ ବେଳେ ଜଣାପଡ଼ିଛି । ଏପରିକି ଦୀପ୍ତିଙ୍କ ଜଗତସିଂହପୁର ଜିଲ୍ଲାରେ ଅନେକ ହୋଟେଲ୍ ଥିବାରୁ ଦେହ ବ୍ୟବସାୟ ରାକେଟ ରେ ମଧ୍ୟ ସେ ସଂପୃକ୍ତ ଥିବା ଜଣାପଡିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close