fbpx

ମହାରାଷ୍ଟ୍ରରେ ମନ୍ତ୍ରୀମଣ୍ଡଳକୁ ନେଇ ମନ୍ଥନ, ନାଁ ବାଛିବାରେ ଲାଗିଛନ୍ତି ଶରଦ ଓ ଉଦ୍ଧବ

ମୁମ୍ବାଇ,୨୭ ।୧୧: ଫଡନାଭିସଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ରାଜନୀତି ଶାନ୍ତ ପଡିଥିବା ବେଳେ ଏବେ ମନ୍ତ୍ରୀମଣ୍ଡଳକୁ ନେଇ ମନ୍ଥନ ଚାଲିଛି । ଏନେଇ ମୁମ୍ବାଇର ଚହ୍ୱାଣ ସେକ୍ଟରରେ ଏନସିପି ଓ ଶିବସେନାର ବୈଠକ ବସିଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନିତ ହୋଇଥିବା ଶିବସେନାର ମୁଖ୍ୟ ଉଦ୍ଧବ ଠାକେର, ଏନସିପି ମୁଖ୍ୟ ଶରଦ ପାୱାର ଓ ଅଜିତ ପାୱାର ମଧ୍ୟ ଉପସ୍ଥିତ ରହିଛନ୍ତି । ବୈଠକରେ ନୂଆ ସରକାରଙ୍କ ସଂଖ୍ୟା, ମନ୍ତ୍ରୀଙ୍କ ନାଁ ଉପରେ ଆଲୋଚନା ହେଉଛି । ଶିବସେନା, କଂଗ୍ରେସ ଓ ଏନସିପି ଦଳରୁ ୧୫ ମନ୍ତ୍ରୀ ଓ ୨ ଉପ-ମୁଖ୍ୟମନ୍ତ୍ରୀ ରହିବେ ବୋଲି ଜଣାପଡିଛି ।

ତେବେ ଶିବସେନାର ମୁଖ୍ୟ ଉଦ୍ଧବ ଠାକେର ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ । ଅନ୍ୟପଟେ ଉପ-ମୁଖ୍ୟମନ୍ତ୍ରୀ ପଦ ପାଇଁ ଜଣେ କଂଗ୍ରେସର ଓ ଅନ୍ୟଜଣେ ଏନସିପିର ଶପଥ ନେବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି । ୩ ଦଳରୁ ୫-୫ ମନ୍ତ୍ରୀ ହୋଇପାରନ୍ତି ବୋଲି ଆଶଙ୍କା ରହିଛି ।

Get real time updates directly on you device, subscribe now.