NATIONALTOP STORIES

ହରିୟାନା, ଜମ୍ମୁ ଓ କଶ୍ମୀରରେ ଭୂକମ୍ପ ଝଟକା

ଶ୍ରୀନଗର/ଚଣ୍ଡିଗଡ, ୧୨।୯: ବୁଧବାର ସକାଳେ ହରିୟାନା ଏବଂ ଜମ୍ମୁ ଓ କଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରଥମ ଭୂମିକମ୍ପ ଭୋର୍ ପ୍ରାୟ ୫ଟା ୧୫ ମିନିଟ୍ ସମୟରେ ଜମ୍ମୁ ଓ କଶ୍ମୀରରେ ଅନୁଭୂତ ହୋଇଥିଲା। ରିକ୍ଟର୍ ସ୍କେଲରେ ଏହାର ତୀବ୍ରତା ଥିଲା ୪. ୬। ଭାରତୀୟ ପାଣିପାଗ ସଂସ୍ଥା ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଉତ୍ତରକୁ ୩୫. ୬ଂ ଅକ୍ଷାଂଶ ଓ ପୂର୍ବକୁ ୭୬. ୩ଂ ଦ୍ରାଘିମାରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପ ଭୂଗର୍ଭର ୧୭୪ କିଲୋମିଟର୍ ଅଭ୍ୟନ୍ତରରେ ଉତ୍ପତ୍ତି ହୋଇଥିଲା। ଅନ୍ୟ ଭୂମିକମ୍ପଟି ଭୋର୍ ୫. ୪୩ ମିନିଟରେ ହରିୟାନାର ଝାଜ୍ଜର୍ ଠାରେ ଅନୁଭୂତ ହୋଇଛି। ରିକ୍ଟର୍ ସ୍କେଲରେ ଏହାର ତୀବ୍ରତା ଥିଲା ୩. ୧। ଭାରତୀୟ ପାଣିପାଗ ସଂସ୍ଥାନ କହିବାନୁସାରେ, ଉତ୍ତରକୁ ୨୮. ୬ଂ ଅକ୍ଷାଂଶ ଏବଂ ପୂର୍ବକୁ ୭୬. ୮ଂ ଦ୍ରାଘିମାର ଭୂଗର୍ଭର ୫ କିଲୋମିଟର ଥିଲା ଏହାର କେନ୍ଦ୍ରସ୍ଥଳ। ଉଭୟ ଭୂମିକମ୍ପ ଯୋଗୁଁ ହୋଇଥିବା କୌଣସି କ୍ଷୟକ୍ଷତିର ବିବରଣୀ ମିଳିପାରି ନାହିଁ।

Show More

Related Articles

Leave a Reply

Your email address will not be published. Required fields are marked *

Close