LOCAL NEWSNEWSODISHATOP STORIES

ପୋଖରୀରେ ବୁଡ଼ି ଦୁଇ ବାଳକଙ୍କ ମୃତ୍ୟୁ

ଜଗତସିଂହପୁର, ୧୨ା୯ (ଓଡ଼ିଶା ଭାସ୍କର): ବୁଧବାର ସକାଳେ ବାଲିକୁଦା ବ୍ଲକ ମୋଡ଼ଗାଁ ଗ୍ରାମପଞ୍ଚାୟତ ଅଞ୍ଚଳର ସିଙ୍ଗିରି ଗ୍ରାମରେ ଦୁଇଜଣ ବାଳକ ପୋଖରୀରେ ବୁଡ଼ି ଯାଇ ପ୍ରାଣହରାଇଛନ୍ତି । ସକାଳ ପ୍ରାୟ ୯ଟାବେଳେ ସରୋଜ ବିଶ୍ୱାଳଙ୍କ ୯ ବର୍ଷିୟ ପୁଅ ଓଁ ପ୍ରକାଶ ଏବଂ ପ୍ରତାପ ରାଉତଙ୍କ ୧୦ ବର୍ଷୀୟ ପୁଅ ଆର୍ଯ୍ୟସୁମନ ସ୍କୁଲ ଯିବା ପାଇଁ ଗାଁ ପୋଖରୀରେ ଗାଧୁଆ ପାଧୁଆ କରୁଥିଲେ । ସେମାନେ ସମ୍ଭବତଃ ସେ ଭରା ପୋଖରୀର ଥଳ ଦେଉନଥିବା ଅଞ୍ଚଳକୁ ଚାଲିଯାଇଥିବାରୁ ବୁଡ଼ି ଯାଇଥିଲେ । ଆଖପାଖ ଲୋକେ ପୋଖରୀରୁ ଚିକ୍ରାର ଶୁଭୁଥିବା ଶୁଣି ଧାଇଁ ଯାଇଦେଖିଲାବେଳକୁ ପିଲା ଦୁହେଁ ବୁଡ଼ିସାରିଥିଲେ । କିଛି ଯୁବକ ପୋଖରୀ ପଶି ଦୁହିଁଙ୍କର ନିଶ୍ଚଳ ଶରୀର ଉଦ୍ଧାର କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close