NATIONALTOP STORIES

ଅନଶନ ଭାଙ୍ଗିଲେ ହାର୍ଦ୍ଦିକ

ଅହମ୍ମଦାବାଦ, ୧୨ା୯ : ପଟିଦାର ଆରକ୍ଷଣ ଆନ୍ଦୋଳନ ସମିତି ନେତା ହାର୍ଦ୍ଦିକ ପଟେଲ ଲଗାତାର ୧୯ ଦିନ ପର୍ଯ୍ୟନ୍ତ ଅନଶନରେ ବସିବା ପରେ ବୁଧବାର ପାଣିପିଇ ଏହି ଅନଶନ ଭାଙ୍ଗିଥିଲେ । ପଟିଦାର ସମ୍ପ୍ରଦାୟର ମୁଖ୍ୟ ଧାର୍ମିକ ସଂଗଠନ ଉମିୟା ଧାମର ପ୍ରମୁଖ ପହ୍ଲାଦ ପଟେଲ, ଖାଡେଲଧାମ ପ୍ରମୁଖ ନରେଶ ପଟେଲଙ୍କ ସମେତ ୬ଟି ସଂଗଠନର ପ୍ରତିନିଧିଙ୍କ ଉପସ୍ଥିତିରେ ହାର୍ଦ୍ଦିକ ଲେମ୍ବୁପାଣି ଓ ପଇଡପାଣି ପିଇ ନିଜର ଅନଶନ ଭାଙ୍ଗିଥିଲେ । ଗତ ୨୫ ତାରିଖରୁ ହାର୍ଦ୍ଦିକ କୃଷକମାନଙ୍କ ଋଣମାଫ୍, ପଟିଦାରମାନଙ୍କ ଆରକ୍ଷଣ ଏବଂ ଦେଶଦ୍ରୋହ ମାମଲାରେ ଜେଲ୍ରେ ରହିଥିବା ଅଳ୍ପେଶ କଥିରିଆଙ୍କ ମୁକ୍ତି ଦାବି ନେଇ ଅନଶନରେ ବସିଥିଲେ । ହାର୍ଦ୍ଦିକ କହିଥିଲେ ଯେ, ତାଙ୍କ ସମ୍ପ୍ରଦାୟର ବରିଷ୍ଠ ନେତାମାନେ ଏହି ଦାବି ନେଇ ସରକାରଙ୍କ ସହ ଆଲୋଚନା କରିବେ । ଯଦି ସରକାର ତାଙ୍କ ଦାବି ନମାନେ ତେବେ ଏହା ସ୍ପଷ୍ଟ ହୋଇଯିବ ଯେ, ସରକାରଙ୍କୁ ଆମର ଆବଶ୍ୟକତା ନାହିଁ ।

Show More

Related Articles

Leave a Reply

Your email address will not be published. Required fields are marked *

Close