HOCKEYSPORTSPORTSTOP STORIES

ହକିରୁ ଅବସର ନେଲେ ସର୍ଦ୍ଦାର ସିଂ

ନୂଆଦିଲ୍ଲୀ, ୧୨ା୯: ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂ ବୁଧବାର ଅନ୍ତରାଷ୍ଟ୍ରୀୟ ହକିରୁ ଅବସର ଘୋଷଣା କରିଛନ୍ତି । ଭାରତ ତରଫରୁ ୩୫୦ରୁ ଅଧିକ ମ୍ୟାଚ୍ ଖେଳିଥିବା ସର୍ଦ୍ଦାର ନିକଟରେ ଜାକର୍ତ୍ତାରେ ଆୟୋଜିତ ଏସୀୟ କ୍ରୀଡାରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଅବସର ଘୋଷଣା ପରେ ସର୍ଦ୍ଦାର କହିଥିଲେ ଯେ, ଗତ ୧୨ବର୍ଷ ହେବ ଦେଶର ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଥିଲା । ଏବେ ତାଙ୍କ ସ୍ଥାନରେ କୌଣସି ଯୁବା ଖେଳାଳିଙ୍କୁ ସୁଯୋଗ ଦେବାର ସମୟ ଆସିଛି । ନିଜ ପରିବାର, ହକି ଇଣ୍ଡିଆ ଓ ବନ୍ଧୁମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେବାପାଇଁ ବର୍ତ୍ତମାନ ଉଚିତ୍ ସମୟ ବୋଲି ସର୍ଦ୍ଦାର କହିଥିଲେ । ଏହା ପୂର୍ବରୁ ଚଳିତବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ସର୍ଦ୍ଦାରଙ୍କୁ ଦଳ ପାଇଁ ଚୟନ କରାଯାଇନଥିଲା । ଏହା ସତ୍ତେ୍ୱ ସର୍ଦ୍ଦାର ନିଜର ଫିଟ୍ନେସ୍ ସୁଧାରିବା ସହ ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳରେ ସ୍ଥାନ ହାସଲ କରିଥିଲେ । ଯେଉଁଠାରେ ଭାରତ ରୌପ୍ୟ ପଦକ ହାସଲ କରିଥିଲା । ଏସୀୟ କ୍ରୀଡା ପୂର୍ବରୁ ସର୍ଦ୍ଦାର ୟୋ ୟୋ ଟେଷ୍ଟରେ ସବୁଠାରୁ ଫିଟ୍ ଖେଳାଳି ମାନ୍ୟତା ହାସଲ କରିଥିଲେ । ଏହି କ୍ଷେତ୍ରରେ ସେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ପକାଇଦେଇଥିଲେ । ୩୨ ବର୍ଷିୟ ସର୍ଦ୍ଦାର ୨୦୦୮ରୁ ୨୦୧୬ ପର୍ଯ୍ୟନ୍ତ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ସେ ୨୦୧୨ରେ ଅର୍ଜୁନ ପୁରସ୍କାର ଓ ୨୦୧୫ରେ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close