CRICKETNEWSSPORTSPORTSTOP STORIES

ବିଶ୍ଵ ସୁଟିଂ ଚାମ୍ପିଅନସିପ, ଗୁରୁବାର ଭାରତକୁ ୨ଟି ସ୍ଵର୍ଣ୍ଣ

ଚାଙ୍ଗ୍‌ଓ୍ବନ, ୧୩।୯: ଦକ୍ଷିଣ କୋରିଆରେ ଚାଲିଥିବା ବିଶ୍ୱ ଶୁଟିଂ ଚାମ୍ପିୟନଶିପ୍‌ରେ ଗୁରୁବାର ଭାରତକୁ ୨ଟି ସ୍ବର୍ଣ୍ଣ ପଦକ ମିଳିଛି। ଜୁନିଅର ବର୍ଗରେ ଭାରତୀୟ କ୍ରୀଡାବିତ ଏହି ପଦକ ହାସଲ କରିଛନ୍ତି। ପୁରୁଷ ୨୫ ମିଟର ପିସ୍ତଲ ଇଭେଣ୍ଟରେ ଉଦୟବୀର ସିଂ ମୋଟ୍‌ ୫୮୭ ସ୍କୋର କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ଏହି ଇଭେଣ୍ଟରେ ଆମେରିକାର ହେନରୀ ଲେଭର୍ଟ (୫୮୪) ଓ କୋରିଆର ଲି ଜ୍ୟାକଉନ (୫୮୨) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିଭଳି ଅନ୍ୟତମ ଭାରତୀୟ ଶୁଟର ବିଜୟବୀର ସିଦ୍ଧୁ ୫୮୧ ସ୍କୋର ସହ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାସଲରୁ ବଞ୍ଚିତ ହୋଇଥିଲେ। ରାଜକନଓ୍ବର ସିଂ ସାନ୍ଧୁ ୫୬୮ ସ୍କୋର ସହିତ ୨୦ତମ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟର ଟିମ୍‌ ବର୍ଗରେ ମଧ୍ୟ ଭାରତୀୟ ଶୁଟର୍‌ କମାଲ କରିଥିଲେ। ୩ ଭାରତୀୟ ଶୁଟର୍‌ ଉଦୟବୀର, ବିଜୟବୀର ଓ ରାଜକନଓ୍ବରଙ୍କୁ ନେଇ ଗଠିତ ଭାରତୀୟ ଦଳ ମୋଟ୍‌ ୧୭୩୬ ସ୍କୋର ସହିତ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ କବ୍‌ଜା କରିନେଇଥିଲେ। ଚାଇନା (୧୭୩୦) ଓ କୋରିଆ (୧୭୨୧) ଟିମ୍‌କୁ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ମିଳିଥିଲା। ବର୍ତ୍ତମାନ ସୁଦ୍ଧା ଏହି ପ୍ରତିଯୋଗିତାରେ ଭାରତ ମୋଟ୍‌ ୨୪ଟି (୯ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୭ ବ୍ରୋଞ୍ଜ) ପଦକ ଜିତି ତାଲିକାର ୪ର୍ଥ ସ୍ଥାନରେ ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close