NATIONALTOP STORIES

ନଦୀକୁ ଖସିଲା ବସ୍, ୧୭ ମୃତ

ଶ୍ରୀନଗର, ୧୪।୯: ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲ୍ଲାରେ ଏକ ଯାତ୍ରୀବାହୀ ମିନି ବସ୍‍ ଶୁକ୍ରବାର ଭାରସାମ୍ୟ ହରାଇ ଚେନାବ ନଦୀକୁ ଖସି ପଡ଼ିଛି। ଏହି ଘଟଣାରେ ଘଟଣାସ୍ଥଳରେ ୧୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ଜଣ ଆହତ ହୋଇଛନ୍ତି। ମିନି ବସରେ ୨୮ଜଣ ଯାତ୍ରୀ କେସୱାନରୁ କିସ୍ତୱାରକୁ ଯାତ୍ରା କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତକଙ୍କୁ ୫ଲକ୍ଷ ଓ ଆହତଙ୍କୁ ୫୦ହଜାର କ୍ଷତିପୂରଣ ଦେବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଯୁଦ୍ଧ କାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close