LOCAL NEWSNEWSODISHATOP STORIES

୪ ଡକାୟତ ଗିରଫ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

ମାହାଙ୍ଗା, ୧୪ା୯(ଓଡ଼ିଶା ଭାସ୍କର): କଟକ ଜିଲ୍ଲା ମାହାଙ୍ଗା ଥାନା ପୋଲିସ ପକ୍ଷରୁ ଏକ ଆନ୍ତଃ ଜିଲ୍ଲା ଡକାୟତ ଦଳର ୪ ଜଣକୁ ଗିରଫ କରାଯାଇଥିବା ବେଳେ ,ମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ବ୍ୟବହୃତ ଗାଡି ଓ ବହୁ ଚୋର ଫେରାର ଥିବାବେଳେ ସେମାନଙ୍କୁ ଖୁବ୍ ଶିଘ୍ର ଗିରଫ କରାଯିବା ସହ ବ୍ୟବହୃତ ଗାଡିଗୁଡିକୁ ଜବତ କରାଯିବ ବୋଲି ସାଲେପୁର ଏସଡିପିଓ ପ୍ରଦ୍ୟୁ୍ମ୍ନ କୁମାର ଜେନା ସୂଚନା ପ୍ରଦାନ କରିଛନ୍ତି । ପ୍ରକାଶ ଯେ ଏହି ଥାନା ଅନ୍ତର୍ଗତ ଭଦ୍ରେଶ୍ୱର ଫାଣ୍ଡି ଅଧିନ ଗୋ÷ଡଗୋପ ବଜାର ବୈରାଗୀ ଚରଣ ସାମଲଙ୍କ ତେଜରାତି ଦୋକାନରୁ ଗତ ସୋମବାର ବିଳମ୍ବିତ ରାତିରେ କେତେ ଜଣ ଚୋର ତାଙ୍କ ଦୋନାନ ତାଲା ଭାଙ୍ଗି ଚୋରି କରୁଥିବା ସମୟରେ ଦୋକାନ ମାଲିକ ଓ ଗ୍ରାମବାସୀ ଏହି ଚୋରମାନଙ୍କ ମଧ୍ୟରୁ ଦୁଇ ଜଣକୁ କାବୁ କରିଥିଲେ । ପରେ ସେମାନେ ଖସି ଯାଉଥିବା ସମୟରେ ମାହାଙ୍ଗା ପୋଲିସ ଗିରଫ କରି ତଦନ୍ତ ଚଳାଇଥିଲା । ଏଥିରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତିଥିବା ଜାଣିବାକୁ ମିଳିଛି । ଯାହା ଫଳରେ ଏହି ଚୋରମାନେ ଫେରାର ଥିବା ବେଳେ ବ୍ୟବହୃତ ଗାଡିର ସନ୍ଧାନ ମିଳି ନାହିଁ । ଏହି ଘଟଣାରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ପରିଅଙ୍ଗ ଗ୍ରାମର ସୁଜିତ କୁମାର ସାମଲ (୨୫),ଏହି ଥାନା ଅନ୍ତର୍ଗତ ନବଦିଆ ଗ୍ରାମର ଜ୍ଞାନ ରଞ୍ଜନ ସ୍ୱାଇଁ(୨୫),ମାର୍ଶାଘାଇ ଥାନା ବେଲାରି ନୂଆ ଗାଁ ସୂର୍ଯ୍ୟମଣି ଜେନା (୩୭) ଓ କଟକ ଜିଲ୍ଲା ନରସିଂହପୁର ଥାନା ଗିଲିଣ୍ଡା ଗ୍ରାମର ସଞ୍ଜୟ ଦେହୁରୀ (୪୦) ଏହି ଆନ୍ତଃ ଜିଲ୍ଲା ଚୋରଙ୍କୁ ଗିରଫ କରାଯାଇଛି । ସେମାନେ ଲକ୍ଷାଧିକ ଟଙ୍କାର ମ୍ୟୁଜିକାଲ ସାମଗ୍ରୀ ଓ ତେଜରାତି ସାମଗ୍ରୀ ଜବତ କରାଯାଇଛି । ଏଥି ମଧ୍ୟରେ ୧୦୦୦ ୱାଟର ୨ଟି ଆହୁଜା ଆମ୍ପଲିଫାୟାର,୭୦୦ ୱାଟର ୨ଟି ଆମ୍ପଲିଫାୟାର,ସାରପି ଲାଇଟା ୨ଟି,ଅରଗାନ ୧ଟି,ଡିଜେ ମେସିନ ୨ଟି,ପ୍ୟାଡ ୧ଟି,ଏସପି /ଡି,ଏସ.ପି-୨ଟି ,କଡଲେସ ମାଇକ ସେଟ ୧ଟି,ରିଲେ ମେସିନ ୧ଟି,ହୋମ ଥିଏଟର ୧ଟି ସମେତ ବହୁ ପରିମାଣର ମୂଲ୍ୟବାନ ତେଜରାତି ସାମଗ୍ରୀ ଜବତ କରାଯାଇଛି । ଏହି ଚୋରମାନଙ୍କ ନାମରେ କଟକ,ଜଗତସିଂହପୁର,ଯାଜପୁର,କେନ୍ଦ୍ରାପଡା ପ୍ରଭୃତି ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡିଛି । ମାହାଙ୍ଗା ଥାନ କେସ ନଂ ୧୪୮/୧୮,୧୭୩/୧୮,୧୪୨/୧୮ ଘଟଣାରେ ସମ୍ପୃକ୍ତ ଥିବା ନେଇ କୋର୍ଟ ଚାଲାଣ କରାଯାଇଛି । ଏଥି ସହିତ ନିଶ୍ଚିନ୍ତକୋଇଲି ଥାନା କେସ ନଂ ୬୫/୧୮,ଡେରାବିଶ ଥାନା ୧୨୬/୧୮ ଓ ୧୧୦/୧୮ ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି । ଏମାନେ ସାଧାରଣତଃ ତେଜରାତି ଦୋକାନ ଓ ମ୍ୟୁଜିକାଲ ସାମଗ୍ରୀଗୁଡିକୁ ବିଳମ୍ବିତ ରାତିରେ ଦୋକାନ ତାଲା ଭାଙ୍ଗି ୪ ଚକିଆ ଗାଡି ବ୍ୟବହାର କରି ଚୋରି କରିଥାନ୍ତି । ଏହି ଘଟଣାଟି ମାହାଙ୍ଗା ଥାନା ଆଇଆଇସି ଯୁଗଳ କିଶୋର ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା । ଏଥିରେ ଏସଆଇ ଶୁଭ୍ରାନ୍ତ କୁମାର ଜେନା,ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ପବିତ୍ର ମହାରଣା,ଏଏସଆଇ ମନୋରଞ୍ଜନ ସାମଲ,ହାପିଜ ଖାଁ ପ୍ରମୁଖ ଜଗତସିଂହପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ଚୋର ରଖିଥିବା ସାମଗ୍ରୀଗୁଡିକୁ ଜବତ କରିଥିଲେ । ଏ ନେଇ ଆଜି ମାହାଙ୍ଗା ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀ ଏସଡିପିଓ ଶ୍ରୀ ଜେନା ସୂଚନା ପ୍ରଦାନ କରିଥିବା ବେଳେ ଏଥିରେ ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଶୁଭାଂଶୁ ଶେଖର ପରିଡା ଓ ମାହାଙ୍ଗା ଥାନା ଆଇଆଇସି ଶ୍ରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close