LOCAL NEWSNEWSODISHATOP STORIES

ରାଧାକାନ୍ତ ଜୀଉ ମଠରୁ ଚୋରି ହୋଇଥିବା ମୂର୍ତ୍ତି ଉଦ୍ଧାର

ରାଜକନିକା, ୧୪ା୯ (ଓଡ଼ିଶା ଭାସ୍କର): ରାଜକନିକା କଂଟପଡା ପଂଚାୟତ ଗିରିଆ ଗାଁର ଦୁଇଶହ ବର୍ଷ ପୁରୁଣା ରାଧାକାନ୍ତ ଜିଉ ମଠରୁ ଚୋରି ହୋଇଥିବା ବିରଳ ଅଷ୍ଟଧାତୁ ରେ ନିର୍ମିତ ରାଧାକୃଷ୍ଣ ମୁର୍ତି ଏବଂ ପାଶ୍ୱର୍ ଦେବାଦେବିଙ୍କ ମୁର୍ତି ରାଜକନିକା ବଡାଗ କାଜୁ ବଗିଚାରୁ ଉଦ୍ଧାର । ଗତ ଅଗଷ୍ଟ ୬ତାରିଖ ଦିନ ପ୍ରବଳବର୍ଷା ର ସୁଯୋଗ ନେଇ କେହି ଦୁବୃତ ରାତିରେ ଏହି ମଠରେ ଥିବା ରାଧାକୃଷ୍ଣ ମୁର୍ତି ସହିତ ଅନ୍ୟ ୬ଟି ମୁର୍ତିକୁ ମଠ ଭିତରେ ଥିବା ମନ୍ଦିର ରେ ତାଲା ଭାଗିଂ ଚୋରି କରି ନେଇଥିଲେ ।ପରଦିନ ସଖାଳେ ଏହି ଖବର ପ୍ରଘଟ ହେବାପରେ ସମଗ୍ର ଅଂଚଳରେ ତିବ୍ରପ୍ରତିକ୍ରିୟା ଦେଖାଦେଇଥିଲା ।

ଘଟଣା ସ୍ତଳରେ ରାଜକନିକା ପୋଲିସ ଏବଂ ପଟ୍ଟାମୁଣ୍ଡାଇ ଏସ.ଡି.ପି.ଓ ଙ୍କ ସମେତ ସନ୍ଧାନି କୁକୁର ସହାୟତାରେ ଅନେକ ଖୋଳତାଡ ପରେ ସବୁ ବିଫଳ ହୋଇଥିଲା ।ତେବେ ଘଟଣା ସ୍ଥଳରୁ ପୋଲିସ ନିଜକୁ ଜନସାଧାରଣଙ୍କ ଆକ୍ରୋଶରୁ ବଂଚିବା ପାଇଂ ପ୍ରତିଶୃତି ଦେଇ ଫେରିଥିଲେ ।ଏହି ଘଟଣାରେ ପୋଲିସ ର ବିଫଳତା ଏବଂ କନିକା ଚାରିଟେବୁଲ ଟ୍ରଷ୍ଟ ର ମେନେଜର ତଥା କନିକା ରାଜା ଙ୍କୁ ତଦ” ପରିସରଭୁକ୍ର କରିବା ଦାବିରେ ଅଂଚଳବାସି ରାଜରାସ୍ତାକୁ ଓହ୍ଲାଇ ରାସ୍ତାରୋକ କରିବା ସହିତ କନିକା ବନ୍ଦ ଡାକରା ଦେଇଥିଲେ । ଚୋରି ହୋଇଥିବା ମୁର୍ତି ଏବଂ ଚୋରକୁ ଧରିବାରେ ରାଜକନିକା ପୋଲିସ ବିଫଳ ହେବାରୁ ଅଂଚଳବାସି ଦୁଇଦିନ ପୂର୍ବରୁ ଜିଲ୍ଲା ଆରକ୍ଷ ଅଧିକ୍ଷକ ଙ୍କୁ ଭେଟିଥିଲେ ।ଏସ.ପି ଆଉ ଦୁଇଦିନ ପରେ ତଦ” ହେବବୋଲି ପ୍ରତିଶୃତି ଦେଇଥିବା ବେଳେ ଗତକାଲି ରାତିରେ କେହି ଏହି ସମସ୍ତ ମୁର୍ତିଙ୍କୁ କନିକା ରାଜା ଙ୍କ କାଜୁ ବଗିଚା(ସମାଧି ନିକଟରେ)ଫୋପାଡି ଦେଇଯିବା ସାଧାରଣରେ ବିସ୍ମୟ ସୃଷ୍ଟିକରିଛି ।ଏହି ଘଟଣା ପ୍ରଘଟ ହେବାପରେ ରାଜକନିକା ଅଂଚଳରୁ ଘଟଣାସ୍ଥଳକୁ ହଜାର ହଜାର ଲୋକଙ୍କ ସୁଅଛୁଟିଥିଲା । ଏହି ଘଟଣା ବିଷୟରେ ରାଜକନିକା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସର କାର୍ଯ୍ୟନୁଷ୍ଠାନ ସୂନ ଥିଲା । ସଂଧ୍ୟ ରେ କନିକା ରାଜାଙ୍କ ମେନେଜର ମିଳିଥିବା ମୁର୍ତୀ ଗିରିଆ ମନ୍ଦିରକୁ ନେଇଥିବା ବେଳେ ଗ୍ରାମବାସି ଚୋରଧରା ନହେବା ଜାଏ ମନ୍ଦିର ଭିତରକୁ ଠାକୁର ଙ୍କୁ ନିଆଯିବନି ବୋଲି ଅଡିବସିଛ”ି ।ଏଠାରେ ପ୍ରକାଶ ଥାଉ ରାଜକନିକା ଅଂଚଳେରେ ବିଗତ ଦିନରେ ବହୁ ମନ୍ଦିର ଏବଂ ମଠରୁ ମୂର୍ତୀ ଏବଂ ଠାକୁରଙ୍କ ଅଳଙ୍କାର ଚୋରି ହେବା ଚୋର ଧରାନପଡିବା ରାଜକନିକା ପୋଲିସର ନିଷ୍କ୍ରିୟତାକୁ ପ୍ରମାଣ କରୁଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close