NATIONALODISHAPOLITICSTOP STORIES

ଭକ୍ତ ଦାସ ତେଲେଙ୍ଗାନା କଂଗ୍ରେସ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୪ା୯ (ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତେଲେଙ୍ଗାନା ପାଇଁ ଦଳର ସ୍କ୍ରିନିଂ କମିଟି ଗଠନ କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ଭକ୍ତଚରଣ ଦାସଙ୍କୁ ଏହି ୩ ସଦସ୍ୟ ବିଶିଷ୍ଟ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଏହି କମିଟିରେ ଶର୍ମିଷ୍ଠା ମୁଖାର୍ଜୀ ଏବଂ କୁମାରୀ ଜ୍ୟୋତିଙ୍କୁ ସାମିଲ କରାଯାଇଛି ବୋଲି କଂଗ୍ରେସ ମହାସଚିବ ଅଶୋକ ଗହଲୋତ୍ ଶୁକ୍ରବାର କହିଛନ୍ତି । ଏହାସହ ରାହୁଲ୍ ଗାନ୍ଧୀ ନାନା ପଟୋଲେଙ୍କୁ କୃଷକ ଓ ଶ୍ରମିକ ସାମୁଖ୍ୟର ଅଧ୍ୟକ୍ଷଭାବେ ନିଯୁକ୍ତି ଦେଇଛନ୍ତି । ଏସବୁ ବ୍ୟତିତ କଂଗ୍ରେସ ଅଧ୍ୟକ୍ଷ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)ରେ କେତେକ ନୂତନ ସଚିବଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି । ଜେନିଥ୍ ସାଙ୍ଗମାଙ୍କୁ ଅରୁଣାଚଳ ପ୍ରଦେଶ ଦାୟିତ୍ୱ ଦିଆଯାଇଥିବା ବେଳେ ଚାର୍ଲ୍ସ ପେଙ୍ଗାରୋପଙ୍କୁ ମଣିପୁର ସଚିବଭାବେ ନିଯୁକ୍ତି ଦିଆଯାଇଛି । ଭିକ୍ଟର କେଶିଂଙ୍ଗ୍ଙ୍କୁ ମେଘାଳୟ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ମିଜୋରାମ୍ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close