CRICKETSPORTSPORTSTOP STORIES

ଏସିଆ କପ୍, ଆଜି ବାଂଲାଦେଶ-ଶ୍ରୀଲଙ୍କା ଉଦ୍ଘାଟନୀ ମ୍ୟାଚ

ଦୁବାଇ, ୧୪ା୯ : ଏସିଆର ଶ୍ରେଷ୍ଠ ଦେଶମାନଙ୍କ ମଧ୍ୟରେ ଶନିବାର ଠାରୁ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ । ଭାରତୀୟ ଦଳ ମଙ୍ଗଳବାର ହଂକଂ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ତେବେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ରୋମାଞ୍ଚକର ମ୍ୟାଚ ୧୯ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ । ଚିର ପ୍ରତିଦ୍ୱନ୍ଦି ଭାରତ ଓ ପାକିସ୍ତାନର ଏହି ମହାମୁକାବିଲାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ନିୟମିତ ଅଧିନାୟକ ବିରାଟ କୋହଲୀଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଦଳର ନେତୃତ୍ୱ ନେଉଛନ୍ତି । ୬ଟି ଦଳକୁ ନେଇ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ଶ୍ରୀଲଙ୍କା ସବୁଠାରୁ ମଜଭୂତ ଦଳ ବୋଲି କୁହାଯାଉଛି । ଭାରତ ଓ ପାକିସ୍ତାନ ମଧ୍ୟରେ ୨ ଥର ମୁକାବିଲା ହେବାର ସମ୍ଭାବନା ରହିଛି । ସୁପର ଫୋର ପର୍ଯ୍ୟାୟରେ ମଧ୍ୟ ୨ ଦେଶ ମୁହାଁମୁହିଁ ହେବେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଆସନ୍ତା ୨୮ ତାରିଖରେ ଖେଳାଯିବ । ମହେନ୍ଦ୍ର ସିଂ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ଦଳ ପାଇଁ ଉତ୍ତମ ଫଳାଫଳ ଆଣିବ ବୋଲି ଆଶା କରାଯାଉଛି । ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ହାରିବା ପରେ ଭାରତୀୟ ଦଳ ଏହି ଟୁର୍ଣ୍ଣମେଣ୍ଟରେ କଡା ପରିଶ୍ରମ କରି ଚାମ୍ପିଅନ ହେବା ପାଇଁ ଚେଷ୍ଟା କରିବ ।

Show More

Related Articles

Leave a Reply

Your email address will not be published. Required fields are marked *

Close