ASTROLOGY

ଆଜି କିପରି ବିତିବ ଆପଣଙ୍କ ଦିନ

୧୫ା୦୯ା୨୦୧୮ (ଶନିବାର)
ମେଷ – ଶୁଭ ଚନ୍ଦ୍ରଙ୍କର ପରିକ୍ରମଣ ହେତୁ ବିଗତ ସମସ୍ୟା ସୁଧାରିବାର କ୍ଷମତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ । ସାଂସାରିକ ଜୀବନ ସୁଖରେ କଟିବ କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ସ୍ୱାଛନ୍ଦରେ ସମସ୍ତ କାର୍ଯ୍ୟ ସମାପନ କରିବେ ।

ବୃଷ – ଶୁଭଚନ୍ଦ୍ର ଶୁଭଦୃଷ୍ଟି ବଳରେ ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ପରଲକ୍ଷିତ ହେବ । ମହିଳା ଓ ଛାତ୍ରୀମାନେ ମାନ ସମ୍ମାନ ପାଇବେ

ମିଥୁନ – ଶୁଭଚନ୍ଦ୍ର ପ୍ରଭାବରେ ପରିବହନ ବ୍ୟବସାୟିମାନେ ଶୁଭ ଫଳ ପାଇବେ । ରାଜନୈତିକ ବ୍ୟକ୍ତିବିଶେଷ ସଫଳତାର ମଜା ନେବେ । ସାଂସାରିକ ଓ ପ୍ରେମ ଜୀବନ ସୁଖରେ କଟିବ ।

କର୍କଟ – ଅଶୁଭଚନ୍ଦ୍ର ପ୍ରଭାବରେ ଠକାମିରେ ପଡିପାରନ୍ତି । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ବ୍ୟତିବ୍ୟସ୍ଥ କରିବ । ଆକଷ୍ମିକ ଦୁର୍ଘଟଣାର ସମ୍ଭାବନା ରହୁଛି ତେଣୁ ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇବେ ।

ସିହଂ – ଶୁଭଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ, ନିଜର ଜିବନସାଥି ସହ ଦୂର ସ୍ଥାନକୁ ଭ୍ରମଣର ଯୋଜନା କରିବେ, ନୁତନ ଯାନବାହାନ କ୍ରୟ କରିବେ, ଗୁରୁଜନଙ୍କର ଆର୍ଶୀବାଦ ଆଜି ପ୍ରସାଦ ସଦୃସ କାମ କରିବ । ମହିଳା ଓ ବିଦ୍ୟାର୍ଥୀମାନେ ଅତ୍ୟନ୍ତ ସୁଖୀ ହେବେ ।

କନ୍ୟା – ଶୁଭଚନ୍ଦ୍ର ଫଳରେ ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।

ତୁଳା – ଶୁଭଚନ୍ଦ୍ରଙ୍କର ଶୁଭଦୃଷ୍ଟି ବଳରେ ସମୟ ସୁଖ ଓ ଶାନ୍ତିରେ ଅତିବାହିତ କରିବେ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ, ସାଂସାରିକ ଓ ପେମମୟ ଜୀବନ ଖୁସିରେ ଅତିବାହିତ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।

ବିଛା – ଅଶୁଭ ଚନ୍ଦ୍ର ପ୍ରଭାବରେ ଠକାମିରେ ପଡିପାରନ୍ତି । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ବ୍ୟତିବ୍ୟସ୍ଥ କରିବ । ଆକଷ୍ମିକ ଦୁର୍ଘଟଣାର ସମ୍ଭାବନା ରହୁଛି ତେଣୁ ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇବେ ।

ଧନୁ – ଶୁଭ ଚନ୍ଦ୍ରଙ୍କର ଶୁଭଦୃଷ୍ଟି ରହିବ ଫଳରେ ନିଜର ଲୋକମାନଙ୍କ ଗହଣରେ ଆନନ୍ଦରେ କଟିବ । ଧାର୍ମୀକ ପରିବେଷ ମନକୁ ଶାନ୍ତି ପ୍ରଦାନ କରିବ । ପ୍ରସାଶନିକ ସେବା ପରିକ୍ଷାରେ ଶୂଭ ଫଳ ମିଳିବ, ସରକାରି ଚାକିରିଆ ମାନେ କୌଣସି ଆର୍ଥୀକ ଲାଭ ପ୍ରାପ୍ତି ହେବେ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।

ମକର- ଶୁଭ ଚନ୍ଦ୍ରର ଶୁଭଦୃଷ୍ଟି ବଳରେ ସମସ୍ତ ଦିଗରୁ ସୁଖବର ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ଖୁବ୍ ଭଲରେ ସମସ୍ତ କାର୍ଯ୍ୟ ସମାପନ କରିବେ । ପାରିବାରିକ ଶାନ୍ତି ମିଳିବ ।

କୁମ୍ଭ – ଶୁଭଚନ୍ଦ୍ରଙ୍କର ଶୁଭାର୍ଶୀବାଦରେ ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଦୂର ଯାତ୍ରା ନିଜର ପତ୍ନୀ ସହ କରିବେ, ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ । ମହିଳାମାନେ ନିଜକୁ କାର୍ଯ୍ୟରେ ନିମଗ୍ନ ରଖିବେ ।

ମୀନ – ଅଶୁଭ ଚନ୍ଦ୍ରଙ୍କର ପ୍ରଭାବରେ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଅନୁଭବ କରିବେ, ବ୍ୟୟାଧିକ ପରିବେଷ ମନୋବଳକୁ ଦୁର୍ବଳ କରିଦେବ, ଗୃହପାଇଁ ନୁତନ ଦ୍ରବ୍ୟ କ୍ରୟ କରିପାରନ୍ତି, ରାଜନୈତିକ କ୍ଷେତ୍ରରେ ଜନ ସମ୍ପର୍କ ବଢିବ । ମହିଳା ମାନେ ସମସ୍ତ ଦିଗରୁ ସୁଖବର ପାଇବେ ।

ଜ୍ୟୋତିର୍ବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ
(ଏମ.କମ୍, ଏମ୍.ବି.ଏ) ଭୁବନେଶ୍ୱର
ମୋ: ୯୪୩୮୩୮୯୦୩୯

Show More

Related Articles

Leave a Reply

Your email address will not be published. Required fields are marked *

Close