BUSINESSODISHATOP STORIES

ଓଡ଼ିଶାରେ ପୁଞ୍ଜିନିବେଶ କରିବ ଫ୍ରାନ୍ସ

ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ଫ୍ରାନ୍ସ ରାଷ୍ଟ୍ରଦୂତ

ଭୁବନେଶ୍ୱର, ୧୫।୦୯(ଓଡ଼ିଶା ଭାସ୍କର):ଓଡ଼ିଶାରେ ପୁଞ୍ଜି ନିବେଶ କରିବା ଫ୍ରାନ୍ସ। ଆଜି ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକଜାଣ୍ଡାର ଜିଗଲର୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସମୟରେ ଏ ନେଇ ଆଲୋଚନା ହୋଇଛି। ଆଲୋଚନାରେ ମୁଖ୍ୟମନ୍ତ୍ରୀ ମଧ୍ୟ ଫରାସୀ କମ୍ପାନୀଗୁଡ଼ିକୁ ଆଗାମୀ ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ୍‌ରେ ଭାଗ ନେବାକୁ ଅନୁରୋଧ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରଦୂତ ଓ ତାଙ୍କ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ଆଲୋଚନା କରିଛନ୍ତି । ଓଡ଼ିଶା ପୁଞ୍ଜିନିବେଶ ପାଇଁ ଏକ ଆକର୍ଷଣୀୟ ସ୍ଥାନ ହୋଇପାରିଛି । ଏହା ଦ୍ୱାରା ଭାରତ ଓ ଫ୍ରାନ୍ସ ମଧ୍ୟରେ ସାମାଜିକ, ଅର୍ଥନୈତିକ ଓ ବାଣିଜ୍ୟିକ ସଂପର୍କ ସ୍ଥାପିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଶିଳ୍ପ ସ୍ଥିତି ନେଇ ବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ମୁଖମନ୍ତ୍ରୀ କହିଛନ୍ତି ଯେ ଦେଶର ମୋଟ ୫୪ ପ୍ରତିଶତ ଉତ୍ପାଦନ କରି ଓଡ଼ିଶା ଦକ୍ଷିଣ ଏସିଆର ଆଲୁମିନିୟମ କ୍ୟାପିଟାଲ ଭାବରେ ପରିଗଣିତ ହୋଇପାରିଛି । ବର୍ତ୍ତମାନ ଓଡ଼ିଶା ଦେଶର ଏକ ଷ୍ଟିଲ୍‌ ହବ୍‌ ହେବାକୁ ଯାଉଛି । ସେହିପରି ଧାତୁ କ୍ଷେତ୍ରରେ ଅନୁପ୍ରବାହ ଓ ଆନୁସଙ୍ଗିତ ଶିଳ୍ପର ବିକାଶ ପାଇଁ ଭିଜନ୍‌-୨୦୩୦ କରାଯାଇଛି । ସେହିପରି ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ ମଧ୍ୟ ଖୁବ ଶୀଘ୍ର ଏକ ନୀତି ପ୍ରସ୍ତୁତ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସମସ୍ତ ଆଲୋଚନା ପରେ ଫ୍ରାନ୍ସ ରାଷ୍ଟ୍ରଦୂତ ଓ ତାଙ୍କ ପ୍ରତିନିଧି ଦଳ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରକୃଷ୍ଟ ପରିବେଶ ରହିଛି ବୋଲି ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଓଡ଼ିଶା ଓ ଫ୍ରାନ୍ସ ମଧ୍ୟରେ ଅଧିକ ବାଣିଜ୍ୟିକ ସଂପର୍କ ବୃଦ୍ଧି ପାଇଁ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close