HOCKEYODISHASPORTTOP STORIES

ହକି ବିଶ୍ୱକପ୍, ସୁରକ୍ଷା ପାଇଁ କଳିଙ୍ଗ ଷ୍ଟାଡିୟମରେ ଉଡିବ ଡ୍ରୋନ୍

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ଆସନ୍ତା ନଭେମ୍ବର ୨୮ରୁ ଆରମ୍ଭ ହେବାକୁଥିବା ପୁରୁଷ ହକି ବିଶ୍ୱକପ୍ ଆୟୋଜନ ପାଇଁ ଓଡ଼ିଶା ସରକାର ଜୋର୍ଦାର ପ୍ରସ୍ତୁତି ଜାରି ରଖିଛି । ଏହି ପ୍ରତିଯୋଗିତା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ରଖିବା ପାଇଁ କମିଶନରରେଟ୍ ପୋଲିସ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ଏହି ବିଶ୍ୱକପ୍ ସମୟରେ ଦେଶ ବିଦେଶରୁ ଅନେକ ଖେଳାଳିଙ୍କ ସମେତ ଶତାଧିକ ଭିଆଇପି ଭୁବନେଶ୍ୱରରେ ରହିବେ । ଖାସ୍କରି କଳିଙ୍ଗ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ସମସ୍ତ ଖେଳାଳି ଓ ଅତିଥିମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ କଡା ବନ୍ଦୋବସ୍ତ କରାଯାଇଛି । ଏଥର କମିଶନରରେଟ୍ ପୋଲିସ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଷ୍ଟାଡିୟମର ସୁରକ୍ଷାକୁ ମଜଭୁତ କରିବା ସହ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଚେଷ୍ଟା କରୁଛି । ସମ୍ପୂର୍ଣ୍ଣ କଳିଙ୍ଗ ଷ୍ଟାଡିୟମକୁ ସୁରକ୍ଷା ଘେରାରେ ରଖିବା ସହ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ପ୍ରତ୍ୟେକ ସ୍ଥାନ ଉପରେ ନଜର ରଖାଯିବ । ଷ୍ଟାଡିୟମର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଉପରେ ଏହି ଡ୍ରୋନ୍ ନଜର ରଖିବ । ଏଥିପାଇଁ କମିଶନରରେଟ୍ ପୋଲିସ ଏକ କଣ୍ଟ୍ରୋଲ ରୁମ୍ ଖୋଲିବାକୁଯାଉଛି । ଏହି କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଡୋନ୍କୁ ପରିଚାଳନା କରାଯିବ । ବିଶେଷ କରି ଷ୍ଟାଡିୟମର ଗହଳିପୂର୍ଣ୍ଣ ସ୍ଥାନ ଓ ପାର୍କିଂ ସ୍ଥଳ ଉପରେ ଡ୍ରୋନ୍ ଉଡିବ । ଏଥିପାଇଁ ଖୁବ୍ଶୀଘ୍ର ଉନ୍ନତ ଜ୍ଞାନକୌଶଳ ବିଶିଷ୍ଟ ଡ୍ରୋନ୍ କିଣାଯିବ । ୧୯ ଦିନ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ୩୬ଟି ମ୍ୟାଚ୍ ଖେଳାଯିବ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ଭାରତୀୟ ହକି ଦଳର ୨୫ଜଣ ଖେଳାଳି କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ପ୍ରଶିକ୍ଷଣ ଶିବିରରେ ସାମିଲ ହେବା ପାଇଁ ଭୁବନେଶ୍ୱର ପହଞ୍ôଚଛନ୍ତି । ଏହି ଖେଳାଳିମାନଙ୍କ ସୁରକ୍ଷା ପାଇଁ ଏବେଠାରୁ ପୋଲିସ ତତ୍ପର ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close