LOCAL NEWSNEWSTOP STORIES

କରେଣ୍ଟ ଲାଗି ହାତୀ ଜୀବନ ଗଲା

ବଲାଙ୍ଗୀର, ୧୯।୯ (ଓଡ଼ିଶା ଭାସ୍କର): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କରେଣ୍ଟ ଲାଗି ଏକ ହାତୀର ମୃତ୍ୟୁ ହୋଇଛି। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝରା ଘାଟିରେ ଏହି ଘଟଣା ଘଟିଛି। ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଅଞ୍ଚଳରେ ଅଧିକ ମକା ଚାଷ ହୋଇଥିଲା। ହାତୀଟି ମକା ଖାଇବାକୁ ଆସିଥିବା ବେଳେ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ଘଟଣା ପରେ ବନ ବିଭାଗକୁ ଖବର ଦିଆ ଯାଇଥିଲା। ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close