fbpx

ଅନୁପ ସାଏଙ୍କୁ ପଦରୁ ବିଦା କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା, ୧୩ା୨(ଓଡ଼ିଶା ଭାସ୍କର): ରାଜ୍ୟ ପାଣ୍ୟାଗାର ନିଗମର ଅଧ୍ୟକ୍ଷ ପଦରୁ ବିଦା ହୋଇଛନ୍ତି ଅନୁପ ସାଏ । ତାଙ୍କୁ ପଦରୁ ବିଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବିଜେଡ଼ିରୁ ମଧ୍ୟ ସେ ବିଦା ହୋଇଛନ୍ତି । ଆଜି କିଛି ସମୟ ତଳେ ଏକ ହତ୍ୟା ମାମଲାରେ ବିଜେଡ଼ି ନେତା ଅନୁପ ସାଏ ଗିରଫ ହୋଇଥିଲେ । ଅନୁପ ସାଏଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ବିଳମ୍ବିତ ରାତ୍ରିରେ ବ୍ରଜରାଜନଗର ସାଇ ମନ୍ଦିରରୁ ସେ ଗିରଫ ହୋଇଥିଲେ ।

୨୦୧୬ରେ ମାଆ ଓ ଝିଅଙ୍କୁ ହତ୍ୟା ମାମଲାରେ ଗିରଫ ହୋଇଥିଲେ । ଏନେଇ ବ୍ରଜରାଜନଗର ଗାନ୍ଧୀଛକ ଥାନା ପୋଲିସ ସୂଚନା ଦେଇଛି । ରାୟଗଡ଼ ଚକ୍ରଧରନଗର ଥାନାରେ ବିଜେଡ଼ି ନେତା ଅନୁପ ସାଏଙ୍କୁ ସେହି ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଛତିଶଗଡ଼ ପୋଲିସ ତାଙ୍କୁ ପଚରାଉଚରା କରୁଛି । ରାଜ୍ୟ ପାଣ୍ୟାଗାର ନିଗମର ଅଧ୍ୟକ୍ଷ ଥିଲେ ଅନୁପ କୁମାର ସାଏ । ବ୍ରଜରାଜନଗରରୁ ୩ଥର କଂଗ୍ରେସ ଟିକେଟରୁ ବିଧାୟକ ରହିଥିଲେ । ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ ଅନୁପ ।

Get real time updates directly on you device, subscribe now.