LOCAL NEWSNEWSODISHATOP STORIES

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ସିମୁଳିଆ, ୧୯ା୯ (ଓଡ଼ିଶା ଭାସ୍କର): ସିମୁଳିଆ ବ୍ଲକ ଅନ୍ତର୍ଗତ ମୁରୁଣା ମାର୍କେଟ ନୂତନ ପ୍ରାଥମିକ ବିଦ୍ୟାଳୟରେ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ଆଣି ଗ୍ରାମବାସୀମାନେ ସ୍କୁଲରେ ତାଲା ପକାଇଛନ୍ତି । କିଛି ଦିନ ପୂର୍ବେ ଏହି ଛାତ୍ରୀଙ୍କୁ ସିଆର୍ସି ଉମେଶ ଦାସ ଅସଦାଚରଣ କରିଥିବା ଦର୍ଶାଇ ଗ୍ରାମବାସୀ ଏପରି କରିଛନ୍ତି । ଏହି ଘଟଣା ବାବଦରେ ସ୍କୁଲର ପ୍ରଧାନ ଶିକ୍ଷକ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିବାରୁ ଛାତ୍ରୀଙ୍କ ପରିବାର ଲୋକ ଘର ଛାଡି ପଳାଇଥିବା ଜଣାପଡିଛି । ସ୍ଥାନୀୟ ଲୋକ ଏ ସମ୍ପର୍କରେ ଜାଣିବା ପରେ ଉତ୍କ୍ଷିପ୍ତ ହୋଇ ତାଲା ପକାଇବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ସିଆର୍ସି ଉମେଶ ଦାସଙ୍କ ସହ ଯୋଗଯୋଗ କରାଯାଇପାରି ନାହିଁ । ଶିକ୍ଷା ବିଭାଗ ତଦନ୍ତ କରି କେବେ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close