BUSINESSNATIONALODISHAPOLITICSTOP STORIES

କାଲି ଓଡ଼ିଶା ଆସିବେ ମୋଦି

ଭୁବନେଶ୍ୱର, ୨୧।୯ (ଓଡ଼ିଶା ଭାସ୍କର): ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗ୍ରସ୍ତରେ ଆସିବେ। ଏହି ଅବସରରେ ସେ ରାଜ୍ୟରେ ୫ଟି ପ୍ରକଳ୍ପର ଉଦଘାଟନ ଓ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେ ତାଳଚେର ସାର କାରଖାନାର ଶିଳାନ୍ୟାସ କରିବେ। ଝାରସୁଗୁଡ଼ା ବିମାନ ବନ୍ଦରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଓ ସେଠାରୁ ଉଡ଼ାନ୍ ସେବାର ଶୁଭାରମ୍ଭ କରିବେ। ସେହିପରି ମହାନଦୀ କୋଲଫିଲ୍ଡସ ଲିମିଟେଡ୍ (ଏମ୍ସିଏଲ୍)ର ଝାରସୁଗୁଡ଼ା-ସେରଡ଼େଗା ୫୩.୧ କିଲୋମିଟର ରେଳ ଲାଇନ୍ ଓ ଏହାର ଗର୍ଜନବାହାଲ୍ ଖଣିକୁ ମଧ୍ୟ ଉଦଘାଟନ କରିବେ। ସେହିପରି ଏନ୍ଟିପିସିର ଡୁଲାଙ୍ଗ ଖଣିକୁ ମଧ୍ୟ ଦେଶ ପ୍ରତି ସମର୍ମିତ କରିବେ ବୋଲି ସୂଚନା ଦିଆଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close