NATIONALTOP STORIESUncategorized

ଗିର୍‌ ଜଙ୍ଗଲରୁ ୧୧ ସିଂହର ମୃତଦେହ ଉଦ୍ଧାର

ରାଜକୋଟ, ୨୧।୯: ଗୁଜୁରାଟର ଗିର ଜଙ୍ଗଲରୁ ୧୧ ସିଂହର ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣାର ଯାଞ୍ଚ ପାଇଁ ଗୁଜୁରାଟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଜଣେ ବନ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ସିଂହମାନଙ୍କ ମୃତଦେହ ଗିର ଜଙ୍ଗଲର ପୂର୍ବ ଭାଗରୁ ମିଳିଛି । କିଛି ଦିନ ହେବ ଏହିସବୁ ମୃତଦେହ ଦଳଖାନିଆ ରେଞ୍ଜରୁ ମିଳୁଛି । ଅଧିକାରୀ କହିଛନ୍ତି, ‘ମୃତ ସିଂହମାନଙ୍କର ନମୂନା ଆମେ ସଂଗ୍ରହ କରିଛୁ । ଯାଞ୍ଚ ପାଇଁ ଜୋନାଗଡ ଭେଟେର୍‌ନାରୀ ହସପିଟାଲକୁ ପଠାଯାଇଛି । ଆମେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛୁ ।’ ବୁଧବାର ଅମରେଲା ଜିଲ୍ଲାର ରାଜୁଲା ପାଖରେ ଗୋଟିଏ ସିଂହର ମୃତଦେହ ମିଳିଥିଲା । ସେହିଦିନ ଦଲଖାନିଆ ରେଞ୍ଜରେ ଅନ୍ୟ ୩ଟି ସିଂହର ମୃତଦେହ ଉଦ୍ଧାର ହୋଇଥିଲା । ଅଧିକାରୀଙ୍କ କହିବା ଅନୁଯାୟୀ କିଛି ଦିନ ପୂର୍ବରୁ ବାକି ୭ ସିଂହର ମୃତଦେହ ମିଳିଥିଲା । ଅଧାରୁ ଅଧିକ ସିଂହମାନଙ୍କ ମୃତ୍ୟୁ ଫୁସଫୁସ ସଂକ୍ରମଣ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି । ଏବେ ଅନ୍ୟ ସିଂହମାନଙ୍କ ପାଇଁ ଉଚିତ ମେଡିକାଲ ଚିକିତ୍ସା ଯୋଗାଇ ଦିଆଯାଇଛି ।

Show More

Leave a Reply

Your email address will not be published. Required fields are marked *

Related Articles