fbpx

ପୋଲିସ କବଜାରେ ଅନୁପଙ୍କ ଡ୍ରାଇଭର !

ରାଜପୁର,୧୫ ।୨(ଓଡିଶା ଭାସ୍କର): ଡବଲ ମର୍ଡର ଘଟଣାର ଅଭିଯୁକ୍ତ ଅନୁପ ସାଏଙ୍କ ଡ୍ରାଇଭର ବର୍ମନ ଟପ୍ପୋ ଏବେ ପୋଲିସ କବଜାରେ । ରାଜପୁର ବଗରାଚକ ଗାଁ ଭଡାଘରୁ ବର୍ମନକୁ ଧରିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ପୋଲିସ ବର୍ମନଙ୍କ ଘରେ ଚଢାଉ କରିଥିଲା । ଏହା ସହ ବର୍ମନଙ୍କ ଝିଅ କହିଛନ୍ତି ଯେ, ‘ବାପା ମୋର ନିର୍ଦ୍ଦୋଷ ଅଟନ୍ତି । ମାମଲାରେ ପୋଲିସ ଉପରେ ଆମର ସମ୍ପୂର୍ଣ୍ଣ ଆସ୍ଥା ଅଛି ।’ ତେବେ ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ଥିଲେ ଡ୍ରାଇଭର ବର୍ମନ ଟପ୍ପୋ । ମା-ଝିଅଙ୍କ ଉପରେ ଗାଡି ଚଢାଇ ଦେଇ ସେ ହତ୍ୟା କରିଥିଲେ । ଅନୁପଙ୍କ ପଚରାଉଚରା ବେଳେ ସେ ଡ୍ରାଇଭର ନାଁ ନେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଅନୁପ ସାଏ କରିଥିବା ହତ୍ୟା ପଛର ରହସ୍ୟ ଖୋଲିଥିଲେ ଛତିଶଗଡ଼ ରାୟଗଡ଼ ଏସପି ସନ୍ତୋଷ ସିଂ । ଗତକାଲି ଅନୁପ ସାଏଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେ ମର୍ଡ଼ର କରିଥିବା ମାନିଥିଲେ ବୋଲି ଗତକାଲି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ତେବେ ୨୦୧୬ରେ ମାଆ ଓ ଝିଅଙ୍କୁ ହତ୍ୟା ମାମଲାରେ ସେ ଗିରଫ ହୋଇଥିଲେ । ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଛତିଶଗଡ଼ ପୋଲିସ ତାଙ୍କୁ ଗତକାଲି ଅଟକ ରଖି ପଚରାଉଚରା ମଧ୍ୟ କରୁଥିଲା । ରାଜ୍ୟ ପାଣ୍ୟାଗାର ନିଗମର ଅଧ୍ୟକ୍ଷ ଥିଲେ ଅନୁପ କୁମାର ସାଏ । ବ୍ରଜରାଜନଗରରୁ ୩ଥର କଂଗ୍ରେସ ଟିକେଟରୁ ବିଧାୟକ ରହିଥିଲେ । ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ ଅନୁପ ।

Get real time updates directly on you device, subscribe now.