fbpx

OTDC ସମସ୍ତଙ୍କ ପାଇଁ ଖୋଲା, ମୁଁ କୌଣସି ନିୟମ ଭାଙ୍ଗି ନାହିଁ: ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ୱର, ୨୮ା୧୧(ଓଡ଼ିଶା ଭାସ୍କର): ବିଧାନସଭାରେ ଶୀତକାଳିନ ଅଧିବେଶନ ଜାରି ରହିଛି । ଏହାରି ମଧ୍ୟରେ ଆଜି ବିବାଦୀୟ ହାଇଦ୍ରାବାଦ ଗସ୍ତ ନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମହିଳାଙ୍କ ଗସ୍ତ ନେଇ ସରକାରୀ ଖାତାରୁ ଗୋଟେ ଟଙ୍କା ବି ଖର୍ଚ୍ଚ ହୋଇନି । ଓଟିଡ଼ିସି ସମସ୍ତଙ୍କ ପାଇଁ ଖୋଲା ଓ ଏହାସହ ସେ କୌଣସି ପ୍ରକାର ନିୟମ ଭାଙ୍ଗିନାହାନ୍ତି ବୋଲି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ପର୍ଯ୍ୟଟନ ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ଦଳ ହଙ୍ଗାମା କରିଥିଲେ । ଏହାସହ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଥିଲେ ବିଜେପି ଉପସଭାପତି ସମୀର ମହାନ୍ତି । ମନ୍ତ୍ରୀଙ୍କ ସହ ଯାଇଥିବା ୨ମହିଳାଙ୍କ ପରିଚୟ ମାଗିଥିଲା ବିଜେପି । ଏହାଛଡ଼ା ସରକାରୀ ଅର୍ଥରେ ଯାଇଥିଲେ କି ନାହିଁ ତଥ୍ୟ ଦେବାକୁ ଦାବି ମଧ୍ୟ କରିଥିଲେ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ୩ଟା ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

Get real time updates directly on you device, subscribe now.