fbpx

ରାସ୍ତାରେ ଛିଡ଼ି ପଡ଼ିଛି ୧୩୨ କେଭି ତାର

ଝାରସୁଗୁଡ଼ା, ୧୫ା୨(ଓଡ଼ିଶା ଭାସ୍କର):ଝାରସୁଗୁଡ଼ା ୪୯ନମ୍ବର ଜାତୀୟ ରାଜପଥରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ୧୩୨ କେଭି ବିଦ୍ୟୁତ ତାର ଛିଡ଼ି ରାସ୍ତାରେ ପଡ଼ିଛି । ବିଟିଏମ ଛକ ନିକଟ ରାସ୍ତା ଉପରେ ଛିଡ଼ିକି ପଡ଼ିଛି ୧୩୨ କେଭି ବିୁଦ୍ୟତ ତାର । ଏନେଇ ଘଟଣା ସ୍ଥଳରେ ବିଦ୍ୟୁତ ବିଭାଗର ଅଧିକାରୀ ପହଞ୍ଚିଛନ୍ତି । ବିଦ୍ୟୁତ ତାର ରାସ୍ତାରେ ପଡ଼ିଥିବାରୁ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.