fbpx

ସ୍ୱାଭିମାନ ଅଞ୍ଚଳରେ ଳ୍ୟାଣ୍ଡମାଇନ ବିସ୍ଫୋରଣ

ମାଲକାନଗିରି, ୧୫ା୨(ଓଡ଼ିଶା ଭାସ୍କର): ମାଲକାନଗିରିରେ ମାଓବାଦୀମାନଙ୍କ ଦ୍ୱାରା ଳ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିଡ଼ାରପାଖନା ଓ ହନ୍ତାଳଗୁଡ଼ା ମୁଖ୍ୟ ରାସ୍ତାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ । କିଛିଦିନ ପୂର୍ବେ ବିଡ଼ାରପାଖନା-ହନ୍ତାଳଗୁଡ଼ା ରାସ୍ତା ନିର୍ମାଣ ହୋଇଥିଲା । ସଶସ୍ତ୍ର ପହରା ସହ ରାସ୍ତା ନିର୍ମାଣ କରିଥିଲା ପ୍ରଶାସନ । ସେଠାରେ ରିମୋଟ ଯୋଗେ ଶକ୍ତିଶାଳି ବିସ୍ଫୋରଣ କରିଛନ୍ତି ମାଓବାଦୀ । ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଏହାରି ମଧ୍ୟରେ ମାଓଦମନ ନେଇ ଆଜି ମାଲକାନଗିରି ଗସ୍ତ କରିଥିଲେ କେ.ବିଜୟ କୁମାର । ବିଜୟ କୁମାରଙ୍କ ଗସ୍ତ ପରେ ଶକ୍ତି ଦେଖାଇଲେ ଲାଲବାହିନୀ ।

Get real time updates directly on you device, subscribe now.