fbpx

ଶପଥ ନେଲେ କେଜ୍ରିୱାଲ

ନୂଆଦିଲ୍ଲୀ, ୧୬ା୨: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାମଲୀଳା ମଇଦାନରେ ସେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଉପ ରାଜ୍ୟପାଳ ଅନିଲ ବୈଜାଲ । ଏହାସହ ୬ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେମାନେ ହେଉଛନ୍ତି ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାସ ଗେହଲଟ, ଇମରାନ ହୁସେନ ଓ ଗଜେନ୍ଦ୍ର ପାଲ୍ । ସେହି ସମାରୋହରେ ବହୁ ପରିମାଣର ସାଧାରଣ ଜନତା ସାମିଲ ହୋଇଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ୭୦ଟି ଆସନରୁ ୬୨ଟି ଆସନରେ ଆପ ଜିତିଥିଲା ।

Get real time updates directly on you device, subscribe now.