CRICKETSPORTSPORTSTOP STORIES

ଏସିଆ କପ୍, ପୁଣି ପାକିସ୍ତାନକୁ ହରାଇଲା ଭାରତ

ଦୁବାଇ,୨୩ା୯: ଟିମ୍ ଇଣ୍ଡିଆ ଲଗାତାର ଏସିଆ କପ୍ରେ ଜବରଦସ୍ତ ପ୍ରଦର୍ଶନ ଦେଖାଇ ବିଜୟଧାରା ଅବ୍ୟାହାତ ରଖିଛି । ରବିବାର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ହରାଇବାରେ ଭାରତ ସଫଳ ହୋଇଛି । ବୋଲରମାନଙ୍କ ଶାଣିତ ପ୍ରଦର୍ଶନ ପରେ ଦଳର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧୱନଙ୍କ ମଜଭୁତ ବ୍ୟାଟିଂ ବଳରେ ପାକିସ୍ତାନ ବିପକ୍ଷରେ ଭାରତ ସହଜ ବିଜୟ ହାସଲ
କରିଥିଲା । ଦୁଇ ଓପନରଙ୍କ ଶତକ ସହାୟତାରେ ଭାରତ ପାଇଁ ୨୩୮ ରନ୍ର ଲକ୍ଷ୍ୟ ହାସଲ କରିବାର କଷ୍ଟସାଧ୍ୟ ରହିନଥିଲା । ଧୱନ ଓ ରୋହିତ ପ୍ରଥମ ୱିକେଟ ପାଇଁ ୨୧୦ ରନ୍ର ପାର୍ଟନର କରି ଦଳର ବିଜୟ ସୁନିଶ୍ଚିତ କରିଥିଲେ । ଧୱନ ୧୦୦ ବଲରେ ୧୬ଟି ଚୌକା ଓ ୨ଟି ଛକା ସହ ସର୍ବାଧିକ ୧୧୪ ରନ୍ କରିଥିବା ବେଳେ ରୋହିତ ୧୧୯ ବଲରେ ୭ଟି ଚୌକା ଓ ୪ଟି ଛକା ସହ ୧୧୧ ରନ୍ କରିଥିଲେ । ଅମ୍ବାତି ରାଇଡୁ ୧୨ରନ୍ର ଯୋଗଦାନ କରିଥିଲେ । ଏହା ପୂର୍ବରୁ ଟସ୍ ଜିତିବା ପରେ ପାକ୍ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅନୁଭବୀ ବ୍ୟାଟ୍ସମ୍ୟାନ୍ସୋ ଏବ ମଲ୍ଲିକଙ୍କ ଲଢୁଆ ଅର୍ଦ୍ଧଶତକ
ବଳରେ ପାକିସ୍ତାନ ୭ ୱିକେଟ ବିନିମୟରେ ୨୩୭ ରନ୍ର ମର୍ଯ୍ୟାଦାପୂର୍ଣ୍ଣ
ସ୍କୋର୍ ସଂଗ୍ରହ କରିଥିଲା । ସୋଏବ ୯୦ ବଲରେ ୪ଟି ଚୌକା ଓ ଦୁଇଟି ଛକା ସହ ସର୍ବାଧିକ ୭୮ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇମାମ ଉଲ୍ହକ୍ ୧୦, ଫକର ଜମାନ ୩୧, ବାବର
ଆଜମ୍ ୯, ସର୍ଫରାଜ ଅହମ୍ମଦ ୪୪, ଆସିଫ୍ ଅଲ୍ଲୀ ୩୦, ସାଦାବ ଖାନ୍ ୧୦, ମହମ୍ମଦ ନୱାଜ ୧୫ ଓ ହସନ ଅଲ୍ଲୀ ୨ ରନ୍ କରିଥିଲେ । ଭାରତ ତରଫରୁ ଜସପ୍ରିତ ବୁମରା, ୟୁଜବେନ୍ଦ୍ର ଚହଳ ଓ କୁଲଦୀପ
ଯାଦବ ଦୁଇଟି ଲେଖାଏଁ ୱିକେଟ ହାସଲ କରିବାରେ ସଫଳ ହୋଇଥିଲେ । ପାକିସ୍ତାନର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ଙ୍କ ବିଫଳତା ପରେ ଅଧିନାୟକ ସର୍ଫରାଜ ଓ ସୋଏବ ସଞ୍ଜମତା ସହ ବ୍ୟାଟିଂ କରିଥିଲେ । ଭାରତୀୟ ବୋଲରଙ୍କ ଶାଣିତ ବୋଲିଂକୁ ଏହି ଦୁଇଜଣ ଚତୁରତାର ସହ ସାମ୍ନା କରିଥିଲେ । ଦୁହେଁ ଚତୁର୍ଥ ୱିକେଟ ପାଇଁ ୧୦୭ ରନ୍ର ମଜଭୁତ ପାର୍ଟନରସିପ୍ ଛିଡା କରିଥିଲେ । ତେବେ ଏହି ଯୋଡି ଭାଙ୍ଗିବା ପରେ ପାକିସ୍ତାନର କ୍ରମାଗତ ୱିକେଟ ହରାଇଥିଲା । ଶେଷରେ
ଶିଖର ଧୱନ ମ୍ୟାନ୍ ଅଫ୍ ଦ ମ୍ୟାଚ ହୋଇଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close