fbpx

କମେଣ୍ଟ ହେଲା କାଳ: ନିର୍ଧୁମ୍ ମାଡ ଖାଇଲେ SSB ଯବାନ

ଭୁବନେଶ୍ୱର,୧୬ ।୨(ଓଡିଶା ଭାସ୍କର): କମେଣ୍ଟ ମାରିବା ହେଲା କାଳ । ରାଜଧାନୀ ଭୁବନେଶ୍ୱର କ୍ୟାପିଟାଲ ଥାନା ଅଞ୍ଚଳରେ ଯୁବତୀଙ୍କୁ କମେଣ୍ଟ ମାରି ଛେଚା ଖାଇଲେ ଏସଏସବି ଯବାନ । ଯୁବତୀ ଜଣକ ରାସ୍ତାରେ ଯାଉଥିବା ବେଳେ ଯବାନ ପ୍ରମୋଦ ବେହେରା ତାଙ୍କୁ କମେଣ୍ଟ ମାରିଥିଲେ । ଫଳରେ ସ୍ଥାନୀୟ ଲୋକେ ଓ କିଛି ଦୋକାନୀ ଯବାନଙ୍କୁ ନିର୍ଧୁମ ମାଡ ମାରିଥିଲେ । ଏହି ଘଟଣା ଭୁବନେଶ୍ୱର କଳ୍ପନା ଛକରେ ହୋଇଥିବା ଜଣାପଡିଛି । ଖବରପାଇ ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଯବାନଙ୍କୁ ଅଟକ ରଖି ତଦନ୍ତ କରୁଛି ।

Get real time updates directly on you device, subscribe now.