CITY NEWSCRIMENEWSTOP STORIES

ଖାରବେଳ ନଗରରେ ବିଜେପି ନେତାଙ୍କ ୫ଟି ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୨୬।୯ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଖାରବେଳନଗରରେ ମଙ୍ଗଳବାର ବିଳମ୍ବିତ ରାତ୍ରରେ ଦୃବୃତ୍ତମାନେ ଲଙ୍କାକାଣ୍ଡ ଘଟାଇଛନ୍ତି । ବିଜେପିର ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରାୟଙ୍କ ଘରେ ପଶି ଦୁର୍ବୃତ୍ତମାନେ ୫ ଟି ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣାକୁ ନେଇ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି।

ଗୋଟିଏ କାର, ଦୁଇଟି ସ୍କୁଟି ଓ ଦୁଇଟି ବାଇକକୁ ଦୁର୍ବୃତ୍ତ ପୋଡି ପକାଇଛନ୍ତି । ରାଜନୈତିକ ଶତ୍ରୁତାକୁ ନେଇ ଲଙ୍କାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Close