NATIONALTOP STORIES

ଆଧାର ନଥିଲେ ବି କୌଣସି ସେବାରୁ ନାଗରିକଙ୍କୁ ବଞ୍ଚିତ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୬।୯: ବହୁଚର୍ଚ୍ଚିତ ଆଧାର କାର୍ଡର ସାମ୍ବିଧାନିକ ବୈଧତା ନେଇ ରହିଥିବା ବାଦବିବାଦର ଅବସାନ ଘଟାଇଛନ୍ତି ସୁପ୍ରିମକୋର୍ଟ। ବୁଧବାର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ତାଙ୍କ ରାୟ ଶୁଣାଇଛନ୍ତି। ଖଣ୍ଡୀପଠର ଅନ୍ୟତମ ସଦସ୍ୟ ବିଚାରପତି ଏ କେ ସିକ୍ରି ରାୟ ପଢ଼ି କହିଛନ୍ତି ଯେ, ଆଧାର ପାଇଁ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଓ ସେବାରୁ ବଞ୍ଚିତ କରାଯାଇପାରିବ ନାହିଁ। ସ୍କୁଲ୍‍ରେ ନାମ ଲେଖା ବେଳେ ଆଧାର ଜରୁରୀ ନୁହେଁ। ଘରୋଇ କମ୍ପାନୀ କିମ୍ବା ସଂସ୍ଥା ମଧ୍ୟ ଆଧାର ପାଇଁ କାହାକୁ ବାଧ୍ୟ କରିପାରିବେ ନାହିଁ। ଏଥିପାଇଁ ଆଧାର ଆଇନ୍‍ର ଧାରା ୫୭କୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ରଦ୍ଦ କରିଛନ୍ତି। ତେବେ ସୁପ୍ରିମକୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ, ଆଧାରରେ ଥିବା ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ। ଏହାର ନକଲ କରାଯାଇପାରିବ ନାହିଁ। ଆଧାର ସାମ୍ବିଧାନିକ ଭାବେ ବୈଧ। ଏହାକୁ ବିରୋଧ କରିବା ସମ୍ବିଧାନର ବିରୋଧ ସହିତ ସମାନ। ଏବେ ଆଧାର ଦେଶର ଗରିବ ଲୋକଙ୍କ ଶକ୍ତି ଓ ପରିଚୟ ପାଲଟିଛି। ଆଧାର ଦ୍ୱାରା ଏକ ବୃହତ୍‍ ବର୍ଗ ଉପକୃତ ହେଉଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close