fbpx

କିଛି ସମୟ ପରେ ମହାରାଷ୍ଟ୍ରରେ ଶପଥ ଗ୍ରହଣ ଉତ୍ସବ, କଂଗ୍ରେସ-ଏନସିପି-ଶିବସେନାରୁ ୨ଜଣ ଲେଖାଏଁ ମନ୍ତ୍ରୀ ମଧ୍ୟ ନେବେ ଶପଥ

ମହାରାଷ୍ଟ୍ର, ୨୮ା୧୧: କିଛି ସମୟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଉଦ୍ଧବ ଠାକରେ । କଂଗ୍ରେସ, ଏନସିପି ଓ ଶିବସେନାରୁ ୨ଜଣ ଲେଖାଏଁ ମନ୍ତ୍ରୀ ମଧ୍ୟ ଶପଥ ନେବେ । ଏନସିପିରୁ ଶପଥ ନେବେ ଛଗନ ଭୁଜବଳ ଓ ଜୟନ୍ତ ପାଟିଲ । ସେହିପରି କଂଗ୍ରେସରୁ ବାଲାସାହେବ ଥୋରାଟା ଓ ଅଶୋକ ଚୌହ୍ୱାନ ଓ ଶିବସେନାରୁ ଏକନାଥ ସିନେ୍ଧ ଓ ସୁଭାଷ ଦେଶାଇ ଶପଥ ନେବେ ବୋଲି ସୂଚନା ମିଳିଛି । ଏନେଇ ସାମନା ଖବରକାଗଜର ସମ୍ପାଦକ ଦାୟିତ୍ୱ ଛାଡ଼ିଛନ୍ତି ଉଦ୍ଧବ । କାର୍ଯ୍ୟକାରୀ ସମ୍ପାଦକ ସଞ୍ଜୟ ରାଉତଙ୍କୁ ସମ୍ପୂର୍ଣ୍ଣ ସମ୍ପାଦନା ଦାୟିତ୍ୱ ଦିଆଯାଇଛି । ସେହି ଶପଥ ଗ୍ରହଣ ଉତ୍ସବରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ।
ଉଲ୍ଳେଖଯୋଗ୍ୟ ଯେ ଗତ ୨୩ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନଭିସ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାର ଶପଥ ନେଇଥିଲେ । କିନ୍ତୁ ଶପଥ ନେବାର ୭୮ଘଣ୍ଟା ପରେ ବାଜି ପଲଟେଇ ଦେଇଥିଲା ଶିବସେନା, କଂଗ୍ରେସ ଓ ଏନସିପି ଦଳ । ଦେବେନ୍ଦ୍ର ଫଡ଼ନଭିସଙ୍କ ହଠାତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପ୍ରସଙ୍ଗକୁ ନେଇ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ସୁପ୍ରିମକୋର୍ଟ ତାଙ୍କ ରାୟରେ ବିଜେପିକୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏକ ସାମ୍ବାଦିକ ସମ୍ମିଳନୀରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ନାହିଁ ମାନି ନେଇ ଦେବେନ୍ଦ୍ର ଫଡ଼ନଭିସ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

Get real time updates directly on you device, subscribe now.