fbpx

ଶିବରାତ୍ରୀରେ ବଡ ଧରଣର ଆକ୍ରମଣ କରିପାରେ ଜୈଶ, ସମସ୍ତ ପୋଲିସ ଅଧିକାରୀଙ୍କ ଛୁଟି ବାତିଲ

ଶ୍ରୀନଗର,୧୭ ।୨: ଜମ୍ମୁ-କାଶ୍ମୀରରେ ଆତଙ୍କି ସଙ୍ଗଠନ ଜୈଶ-ଏ-ମୋହମ୍ମଦ ଶିବରାତ୍ରୀ ଅବସରରେ ବଡ ଧରଣର ଆକ୍ରମଣ କରିବା ଯୋଜନାରେ ରଖିଛି । ସୁରକ୍ଷାବଳ କ୍ୟାମ୍ପ ଓ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ବିଭାଗକୁ ଖବର ମିଳିଛି । ଏହା ପରେ ସୁରକ୍ଷା ଏଜେନ୍ସି ଓ ପୋଲିସ ଷ୍ଟେସନରେ ଆଲର୍ଟ ଜାରି କରାଯାଇଛି । ୨୧ ଫେବ୍ରୁଆରି ପର୍ଯ୍ୟନ୍ତ ସମସ୍ତ ପୋଲିସ ଅଧିକାରୀଙ୍କ ଛୁଟି ମଧ୍ୟ ବାତିଲ ହୋଇଛି ।

ତେବେ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଜୈଶର ୩ ରୁ ୪ ଆତଙ୍କୀ ସଙ୍ଗଠନ ଗ୍ରୁପ୍ କାଶ୍ମୀର ଉପରେ ଆକ୍ରମଣ କରିପାରନ୍ତି । ସୀମା ପାର ଆତଙ୍କୀ ସଙ୍ଗଠନର ସଂଯୁକ୍ତ ବୈଠକରେ ଆକ୍ରମଣର ଯୋଜନା ପ୍ରସ୍ତୁତ ହୋଇଛି ।

Get real time updates directly on you device, subscribe now.