CRICKETSPORTSPORTSTOP STORIES

ଏସିଆ କପ୍, ପାକିସ୍ତାନକୁ ହରାଇ ଫାଇନାଲ୍ରେ ବାଂଲାଦେଶ

ଶୁକ୍ରବାର ଟାଇଟଲ୍ ପାଇଁ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ

ଦୁବାଇ, ୨୭ା୯ : ଏସିଆ କପ୍ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ବୁଧବାର ପାକିସ୍ତାନକୁ ପରାସ୍ତ କରିଛି ବାଂଲାଦେଶ । ଫଳରେ ବାଂଲାଦେଶ କ୍ରିକେଟ୍ ଟିମ୍ ଏସିଆ କପ୍ର ଫାଇନାଲ୍ରେ ପ୍ରବେଶ କରିଛି । ଶୁକ୍ରବାର ଭାରତ ଓ ବାଂଲାଦେଶ ମଧ୍ୟରେ ଏସିଆ କପ୍ର ଫାଇନାଲ୍ ମ୍ୟାଚ୍ ଖେଳାଯିବ । ତେବେ ବୁଧବାର ମ୍ୟାଚ୍ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ୫୦ ଓଭରରେ ୨୩୯ ରନ୍ ହାସଲ କରିଥିଲା । କିନ୍ତୁ ପାକିସ୍ତାନ ଏହି ଲକ୍ଷ୍ୟକୁ ପିଛା କରି ଅଲ୍ଆଉଟ୍ ହୋଇଯାଇଥିଲେ ମଧ୍ୟ ଏହି ବିଜୟ ଲକ୍ଷ୍ୟକୁ ହାସଲ କରି ନ ପାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି । ବାଂଲାଦେଶର ବୋଲିଂ ଆଗରେ ପାକିସ୍ତାନ ଧରାଶାୟୀ ହୋଇଯାଇଛି । ଏହି ପରାଜୟ ଫଳରେ ପାକିସ୍ତାନ କ୍ରିକେଟ୍ ପ୍ରେମୀଙ୍କୁ ଶକ୍ତ ଧକ୍କା ଲାଗିଛି । ପ୍ରକାଶଯୋଗ୍ୟ, ପୂର୍ବରୁ ପାକିସ୍ତାନ ଚିର ପ୍ରତିନ୍ଦ୍ୱନ୍ଦି ଭାରତଠାରୁ ଏହି ଟୁର୍ଣ୍ଣାମେଣ୍ଟରେ ୨ଥର ପରାସ୍ତ ହୋଇସାରିଛି । ତେବେ ବୁଧବାରର ମ୍ୟାଚ୍ରେ ଅପେକ୍ଷାକୃତ ଦୁର୍ବଳ ବାଂଲାଦେଶଠାରୁ ହାରିବା ଘଟଣାକୁ ପାକିସ୍ତାନର କ୍ରିକେଟ୍ପ୍ରେମୀ ସହଜରେ ଗ୍ରହଣ କରିପାରି ନାହାନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close