CRICKETSPORTSPORTSTOP STORIES

ଆଜି ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ

ଦୁବାଇ,୨୭ା୯: ଏସିଆ ମହାଦେଶର ସର୍ବଶ୍ରେଷ୍ଠ କ୍ରିକେଟ ଦଳ କିଏ ତାହା ଶୁକ୍ରବାର ଜଣାପଡିବ । ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ଶୁକ୍ରବାର ଡିଫେଣ୍ଡିଂ ଚାମ୍ପିଅନ ଭାରତ ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିିତ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହିଥିବା ଭାରତ ଏହି ଧାରାକୁ ଫାଇନାଲରେ ମଧ୍ୟ ଜାରି ରଖିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଫାଇନାଲରେ ଭାରତ-ପାକିସ୍ତାନ ଟକ୍କରର ସମ୍ଭାବନାକୁ ଏଡାଇବାରେ ସଫଳ ହୋଇଥିବା ବାଂଲାଦେଶ ଯେ କୌଣସି ବିପର୍ଯ୍ୟୟ ସୃଷ୍ଟି କରିବାରେ ସକ୍ଷମ ଅଟେ । ବୁଧବାର ଖେଳାଯାଇଥିବା ଅନ୍ତିମ ସୁପର-୪ ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କରି ବାଂଲାଦେଶ ଫାଇନାଲରେ ପହଞ୍ôଚଥିଲା । ଭାରତ ଏହି ଫାଇନାଲ ଜିତିବା ପାଇଁ ଫେବରେଟ୍ ରହିଥିଲେ ମଧ୍ୟ ବାଂଲାଦେଶ ନିଜର ଚତୁର ପ୍ରଦର୍ଶନ ମାଧ୍ୟମରେ ଭାରତକୁ ଚିନ୍ତାରେ ପକାଇବ ବୋଲି କୁହାଯାଉଛି । ବାଂଲାଦେଶର ମୁଖ୍ୟ ବ୍ୟାଟ୍ସମ୍ୟାନ୍ ତମିମ ଇକ୍ୱାଲ ଓ ମୁଖ୍ୟ ଅଲ୍ରାଉଣ୍ଡର ସାକିବ୍ ଅଲ ହସନ୍ଙ୍କ ଅନୁପସ୍ଥିତିରେ ଦଳ ସାମାନ୍ୟ ଦୁର୍ବଳ ଜଣାପଡୁଛି । ଅନ୍ୟପଟେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ପୁଣିଥରେ ମଜଭୁତ ପ୍ରଦର୍ଶନ ଦେଖାଇବ ବୋଲି ଆଶା ରହିଛି । ଦଳର ଓପନର ରୋହିତ ଓ ଧୱନ ଫାଇନାଲରେ ମଧ୍ୟ କମାଲ୍ ଦେଖାଇବାରେ ସଫଳ ହେଲେ ଦଳ ପାଇଁ ବିଜୟ ହାସଲ କରିବା ଅଧିକ କଷ୍ଟକର ହେବନାହିଁ । ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ମାନେ ଏ ପର୍ଯ୍ୟନ୍ତ ଆଖିଦୁସିଆ ପ୍ରଦର୍ଶନ କରିନଥିବା ଯୋଗୁ ବ୍ୟାଟିଂ ବିଭାଗର ଦାୟିତ୍ୱ ଏହି ଦୁଇ ଓପନରଙ୍କ ଉପରେ ରହିବ ବୋଲିଂ ବିଭାଗରେ ମଧ୍ୟ ଜସପ୍ରିତ ବୁମରା, ଭୁବନେଶ୍ୱର କୁମାର, କୁଳଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଳ ବାଂଲାଦେଶୀ ବ୍ୟାଟ୍ସମ୍ୟାନ୍ଙ୍କୁ ଚକିତ କରିବାରେ ସକ୍ଷମ ଅଟନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close