ODISHATOP STORIES

ଅକ୍ଟୋବର ୧୧ରେ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର, ୨୮।୯ (ଓଡ଼ିଶା ଭାସ୍କର): ବାଜିଲା କଲେଜ ନିର୍ବାଚନ ବିଗୁଲ। କଲେଜ୍ ଓ ବିଶ୍ଵବିଦ୍ୟାଳୟ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ତାରିଖ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ଅଶାନ୍ତ ଅକ୍ଟୋବର ୧୧ରେ ହେବ ଚାତ୍ର ସଂସଦ ନିର୍ବାଚନ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଅକ୍ଟୋବର ୧ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ୩ରେ ନିର୍ବାଚନ ପାଇଁ ନାମାଙ୍କନ ହେବା। ୪ରେ ନାମାଙ୍କନ ଯାଞ୍ଚ ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୧୦ ତାରିଖରେ ‘ମୁଁ କାହିଁକି ପ୍ରାର୍ଥୀ ହେଲି’ ସଭା ହେବା ଏବଂ ୧୧ ତାରିଖ ସକାଳ ୮ଟାରୁ ଦିନ ୨ଟା ଯାଏ ଭୋଟ୍‌ ଗ୍ରହଣ ହେବ। ଦିନ ୨ଟା ପରେ ଭୋଟ୍‌ ଗଣତି ଓ ଫଳାଫଳ ଘୋଷଣା ହେବା ଓ ୧୨
ତାରିଖରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ହେବା ବୋଲି ସୂଚନା ଦିଆଯାଇଛି। ତେବେ ଚଳିତ ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି କୁହାଯାଇଥିବା ଛାତ୍ରଛାତ୍ରୀଙ୍କ ଙ୍କୁ ନିରାଶ କରିଛି। ଏବେ ସମସ୍ତଙ୍କ ନଜର ରମାଦେବୀ ବିଶ୍ଵବିଦ୍ୟାଳୟ ଉପରେ।

Show More

Related Articles

Leave a Reply

Your email address will not be published. Required fields are marked *

Close