ODISHAPOLITICSTOP STORIES

ଇଣ୍ଡିଆ ଟୁଡେ ସର୍ଭେ, ନବୀନ ନମ୍ୱର୍ ୱାନ୍

ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ୱର୍ ୱାନ । ସେ ଏବେ ବି ଲୋକପ୍ରିୟତାର ଶୀର୍ଷରେ। ରାଜ୍ୟ ରାଜନୀତିରେ ତାଙ୍କ ସମକକ୍ଷ କେହି ହୋଇ ପାରିନାହାନ୍ତି। ଲଗାତାର ୪ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ଶ୍ରୀ ପଟ୍ଟନାୟକ ପୁଣି ଥରେ ପଞ୍ଚମ ଥର ପାଇଁ ଶାସନ ଗାଦିରେ ବସିବାର ସମ୍ଭାବନା ବେଶ୍ ଅଧିକ। ଇଣ୍ଡିଆ ଟୁଡେ- ମାଇଁ-ଇଣ୍ଡିଆ ପିଏସ୍ଇ ପକ୍ଷରୁ କରାଯାଇଥିବା ସର୍ଭେରୁ ଏ ସମସ୍ତ ବିଷୟ ସାମ୍ନାକୁ ଆସିଛି। ଓଡ଼ିଶାର ୫୯ପ୍ରତିଶତ ଲୋକ ନବୀନଙ୍କୁ
ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ରିପୋର୍ଟରେ ଦର୍ଶା ଯାଇଛି। ୪୪ ପ୍ରତିଶତ ଲୋକ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ଖୁସି ଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ୨୦୧୭ରେ ଆଉଟ୍ଲୁକ୍ ସ୍ପିକ୍ ଆଉଟ୍ ପକ୍ଷରୁ ହୋଇଥିବା ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେଷ୍ଠ ପ୍ରଶାସକ ଭାବେ ପୁରସ୍କୃତ କରାଯାଇଥିବାବେଳେ ଏବେ ଏହି ସର୍ଭେ ରିପୋର୍ଟ ନବୀନଙ୍କ ସପକ୍ଷବାଦୀଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି ପ୍ରକାଶଥାଉକି, ଇଣ୍ଡିଆ ଟୁଡେ-ମାଇଁ-ଇଣ୍ଡିଆ ପିଏସଇ ସର୍ଭେ ରିପୋର୍ଟ ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶିତ ହୋଇଛି । ତିନୋଟି ରାଜ୍ୟର ରାଜନୈତିକ ସ୍ଥ୍ିତି ଏବଂ କେନ୍ଦ୍ର ସରକାରଙ୍କ ଲୋକପ୍ରିୟତା ଆଦିକୁ ନେଇ ଏହି ସର୍ଭେ କରାଯାଇଛି । ତେବେ ଓଡ଼ିଶାର ୨୧ସଂସଦୀୟ କ୍ଷେତ୍ରର ୮୨୩୨ଲୋକଙ୍କ ମତାମତକୁ ଆଧାର କରି ଏହା କରାଯାଇଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଧିକ ସମର୍ଥନ ମିଳିଥିବା ଦେଖାଯାଇଛି । ୫୯ପ୍ରତିଶତ ନବୀନଙ୍କୁ ସମର୍ଥନ ଦେଇଥିବା ବେଳେ ୨୧ପ୍ରତିଶତ ଲୋକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାକୁ ଚାହିଁଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close