fbpx

ସାହିନବାଗରେ ପହଞ୍ଚିଲେ ସୁପ୍ରିମକୋର୍ଟଙ୍କ ବାର୍ତ୍ତାକାର ଟିମ୍

ନୂଆଦିଲ୍ଲୀ, ୧୯ା୨: ଦିଲ୍ଲୀ ସ୍ଥିତ ସାହିନବାଗରେ ସୁପ୍ରିମକୋର୍ଟଙ୍କ ବାର୍ତ୍ତାକାର ଟିମ୍ ପହଞ୍ଚିିଛନ୍ତି । ବିକ୍ଷୋଭକାରୀଙ୍କ କୋର୍ଟଙ୍କ ନିର୍ଦ୍ଦେଶ ଶୁଣାଇଛନ୍ତି ବାର୍ତ୍ତାକର ଟିମ୍ । ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡ଼େ କୋର୍ଟଙ୍କ ନିର୍ଦ୍ଦେଶ ପଢ଼ି ଶୁଣାଇଛନ୍ତି । ଆନ୍ଦୋଳନ କରିବା ଲୋକଙ୍କ ଅଧିକାର ବୋଲି ସାଧନା ରାମଚନ୍ଦ୍ରନ କହିଛନ୍ତି । ବିରୋଧ ପ୍ରଦର୍ଶନ ଯୋଗୁଁ ଅନ୍ୟ ଲୋକଙ୍କୁ ଯେପରି ଅସୁବିଧା ନହେଉ । ଏହାସହ ସେ କହିଛନ୍ତି ଯେ ଗଣମାଧ୍ୟମର ଅନୁପସ୍ଥିତିରେ ପ୍ରଦର୍ଶନକାରୀଙ୍କ ସହ କଥା ହେବୁ । ଏନେଇ ପ୍ରଦର୍ଶନସ୍ଥଳରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାହାରକୁ ଯିବାକୁ ମଧ୍ୟ କହିଛନ୍ତି ଟିମ୍ । ନାଗରିକତା ସଂଶୋଧନ ଆଇନକୁ ନେଇ ୬୬ଦିନ ହେବ ସାହିନବାଗରେ ଧାରଣା ଚାଲିଥିଲା ।

Get real time updates directly on you device, subscribe now.