fbpx

କରୋନା ଭାଇରସ, ଫସି ରହିଛନ୍ତି ଓଡ଼ିଆ ଯୁବକ

ନୂଆଦିଲ୍ଲୀ, ୧୯ା୨: ଜାପାନର ୟକୋହମା ଜାହାଜରେ ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଫସି ରହିଛନ୍ତି । ୧୫ଦିନ ହେଲା ଇଞ୍ଜିନିୟର ଶିବାଶିଷ ନାୟକ ଫସି ରହିଥିବା ସୂଚନା ମିଳିଛି । ଏହାସହ ୧୬୦ଭାରତୀୟ ମଧ୍ୟ ଜାହାଜରେ ଫସି ରହିଛନ୍ତି । କରୋନା ଭାଇରସ ଯୋଗୁଁ କର୍ତ୍ତୃପକ୍ଷ ତାଙ୍କୁ ଛାଡ଼ୁନାହାନ୍ତି । ଶିବାଶିଷଙ୍କ ନମୁନାରେ କରୋନା ଭୂତାଣୁ ନାହିଁ । ଅନ୍ୟପଟେ ପୁଅକୁ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ବାପା । ଶିବାଶିଷଙ୍କ ବାପା ଲିଙ୍ଗରାଜ ନାୟକ ଅନୁରୋଧ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ କରୋନା ଭାଇରସରେ ଚୀନରେ ଲୋକମାନେ ଭୟଭୀତ ହୋଇ ରହିଛନ୍ତି । ସେଠାରେ ୨୦୦୦ରୁ ଉଦ୍ଧ୍ୱର୍ ଲୋକ କରୋନା ଭାଇରସରେ ମୃତ୍ୟୁ ବରଣ କରିସାରିଲେଣି । ଏହାସହ ବହୁ ଲୋକ ଏଥିରେ ଆକ୍ରାନ୍ତ ମଧ୍ୟ ଅଛନ୍ତି । ଭାରତରେ ମଧ୍ୟ କରୋନା ଭାଇରସ ମଧ୍ୟ ଦେଖାଦେଇଛି । ଗତ ୧୩ତାରିଖ ଦିନ ଭାରତର କୋଲକାତା ସହରରେ ଦୁଇ ଜଣ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ । ଏୟାରପୋର୍ଟରୁ ଦୁଇ ଯାତ୍ରୀଙ୍କୁ ଚିହ୍ନଟ କରାଯାଇଥିଲା । ବ୍ୟାଙ୍କକରୁ କୋଲକାତା ଆସୁଥିଲେ ସେହି ଦୁଇ ଯାତ୍ରୀ ।

Get real time updates directly on you device, subscribe now.