INTERNATIONAL NEWSNATIONALTOP STORIES

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଚାମ୍ପିୟନସ ଅଫ୍ ଦି ୟାର୍ଥ ସମ୍ମାନ

ପରିବେଶ କ୍ଷେତ୍ରରେ ଅବଦାନ ପାଇଁ ଜାତିସଂଘ ମହାସଚିବ କଲେ ସମ୍ମାନିତ

ନୂଆଦିଲ୍ଲୀ, ୩।୧୦: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଚାମ୍ପିଅନ୍ସ ଅଫ ଦ ଆର୍ଥ ଆୱାର୍ଡରେ ସମ୍ମାନିତ କରିଛି ମିଳିତ ଜାତିସଙ୍ଘ । ପଲିସି ଲିଡରସିପ୍ କ୍ୟାଟେଗୋରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିବାକୁ ନିଜେ ଜାତିସଙ୍ଘ ମୁଖ୍ୟ ଭାରତ ଆସିଛନ୍ତି । ଗତ କିଛି ଦିନ ତଳେ ଜାତିସଙ୍ଘ ପକ୍ଷରୁ ଏ ନେଇ ଘୋଷଣା କରାଯାଇଥିଲା । ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱ ସ୍ତରରେ ପରିଚିତ କରାଯାଇଛି । ବିଶେଷ କରି ସ୍ୱଚ୍ଛତା ଅଭିଯାନ ଭଳି କାର୍ଯ୍ୟକ୍ରମକୁ ଭାରତରେ ଲୋକପ୍ରିୟ କରାଇଥିବାରୁ ଏ ନେଇ ଟ୍ୱିଟ୍ କରି ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଓ ମୋଦିଙ୍କୁ ଶ୍ରେଷ୍ଠ ପରିବେଶ ସମ୍ମାନ ଚାମ୍ପିଅନ୍ସ ଅଫ୍ ଦ ଆର୍ଥରେ ସମ୍ମାନିତ କର ଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close