INTERNATIONAL NEWSTOP STORIES

ରସାୟନ ବିଜ୍ଞାନରେ ୩ଜଣଙ୍କୁ ନୋବେଲ

ଷ୍ଟକହୋମ୍, ୩ା୧୦ : ବିବର୍ତ୍ତନବାଦ ବା ଇଭୋଲ୍ୟୁସନ ଥିଓରିକୁ ମିଳିଛି ଏକ ବଡ ସଫଳତା । ଚଳିତବର୍ଷ ରସାୟନ ବିଜ୍ଞାନରେ ୩ ଜଣଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ ନେଇ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି । ସେମାନେ ହେଲେ ଫ୍ରାନ୍ସେସ ଏଚ ଆର୍ନୋଲ୍ଡ, ଜର୍ଜ ପି. ସ୍ମିଥ୍୍, ସାର ଜୋର୍ଜି ପି ୱିଣ୍ଟର । ଇଭୋଲ୍ୟୁସନ ଥିଓରିର ମୂଳ ସିଦ୍ଧାନ୍ତକୁ ଟେଷ୍ଟଟ୍ୟୁବ୍ରେ ସଫଳତାର ସହ ପ୍ରୟୋଗ କରିବା ଯୋଗୁଁ ସେମାନଙ୍କୁ ଏହି ପୁରସ୍କାର ମିଳିଛି । ସେମାନେ ବିବର୍ତ୍ତନବାଦର ଶକ୍ତିକୁ ବ୍ୟବହାର କରି ଔଷଧ ଏବଂ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ଜରୁରୀ ହେଉଥିବା ପ୍ରୋଟିନ୍ ବିକଶିତ କରିବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ୩ ଜଣଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ଦିଆଯିବା ନେଇ ଘୋଷଣା କରାଯାଇଥିଲା । ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୯୬ ବର୍ଷ ବୟସ୍କ ଆର୍ଥର ଆସ୍କିନ୍ ଏବଂ ଜେରାଦ୍ ମୌରାଉ ଏବଂ ଡୋନା ଷ୍ଟ୍ରଟ୍ଲାଣ୍ଡ ଯୋଡିଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯିବ । ସେହିଭଳି ଭେଷଜ କ୍ଷେତ୍ରରେ ମଧ୍ୟ ପୂର୍ବରୁ ୨ ଜଣଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ଦିଆଯିବା ନେଇ ଘୋଷଣା କରାଯାଇଛି । ତେବେ ଚଳିତବର୍ଷ ସାହିତ୍ୟ କ୍ଷେତ୍ରରେ କାହାକୁ ନୋବେଲ ପୁରସ୍କାର ଦିଆନଯିବା ନେଇ ଘୋଷଣା କରାଯାଉଛି । ନୋବେଲ ପୁରସ୍କାର ଇତିହାସର ଦୀର୍ଘ ୭୦ ବର୍ଷ ଭିତରେ ପ୍ରଥମ ଥର ପାଇଁ ଏଭଳି ନିଷ୍ପତ୍ତି ନୋବେଲ କର୍ତ୍ତୃପକ୍ଷ ନେଇଛନ୍ତି । ତେବେ ସାହିତ୍ୟକୁ ଛାଡି ଅନ୍ୟ ସବୁ କ୍ଷେତ୍ରରେ କାହାକୁ ନୋବେଲ ପୁରସ୍କାର ପ୍ରଦାନ କରାଯାଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close