CRIMELOCAL NEWSNEWSODISHATOP STORIES
ନୟାଗଡ଼ରେ ଚୋରା ବନ୍ଧୁକ କାରବାର, ଜଣେ ଗିରଫ

ନୟାଗଡ଼, ୩ା୧୦ (ଓଡ଼ିଶା ଭାସ୍କର): ନୟାଗଡ଼ ଟାଉନଥାନା ଆଇଆଇସି ରଶ୍ମୀରଂଜନ ପଟ୍ଟନାୟକ ରତନପୁର ବ୍ୟବର୍ତ୍ତାପଲ୍ଲୀ ରାସ୍ତାରେ ଛିଡ଼ା ହୋଇଥିବା ଦୀପକ କୁମାର ବସନ୍ତରା ନାମକ ଏକ ଯୁବକ ଦୁଇଟି ବନ୍ଧୁକ ଏବଂ ୯ଟି ଜୀବନ୍ତ ଗୁଳି ବିକ୍ରି କରିବା ପାଇଁ ଛିଡ଼ା ହୋଇଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବସନ୍ତରାକୁ ଆଇଆଇସି ରଶ୍ମୀରଂଜନ ପଟ୍ଟନାୟକ ଗିରଫ କରିଥିଲେ । ଏହି ଜବତ ପିସ୍ତଲ କେଉଁଠାରୁ ଆସିଲା ଏବଂ କେଉଁଠାରୁ ଆଣିଲା ଏବଂ ପୂର୍ବରୁ ଆଉ କେତେ ଅସ୍ତ୍ରଶସ୍ତ୍ର ବିକ୍ରି କରାଯାଇଛି ତାହା ଉପରେ ଏକ ତଦନ୍ତ ଚାଲୁ ରହିଛି । ଆଇଆଇସି ରଶ୍ମୀରଂଜନ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଯେ, ଏହି ଯୁବକ ଠାରୁ ଦୁଇଟି ବନ୍ଧୁକ ଏବଂ ୯ଟି ଜୀବନ୍ତ ଗୁଳି ଜବତ କରିଥିଲେ । ଏହି ଯୁବକ ନାଁରେ ୧୪୩/୧୮ରେ ଏକ କେସ୍ ରୁଜୁ କରାଯାଇଛି । ଅଧିକ ପଚରାଉଚରା କରିବା ସହିତ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ନୟାଗଡ଼ ଜିଲ୍ଲାକୁ ଯେଉଁ ମାରଣାସ୍ତ୍ର, ବମ୍, ବିସ୍ଫୋରକ ସାମଗ୍ରୀ ସବୁ କେଉଁଠାରୁ ଆସୁଛି, ଏହା ଏବେ ତଦନ୍ତ ସାପେକ୍ଷ ହୋଇପଡ଼ିଛି । ଏହି ଗୋଟିଏ କେସ୍ ପରେ ଘଟଣାକୁ ନେଇ ନୟାଗଡ଼ରେ ହଇଚଇ ସୃଷ୍ଟି ହୋଇଛି । ଏହି ଯୁବକ ଜଣେ ଅଟୋ ଡ୍ରାଇଭର ଜଣାପଡ଼ିଛି । ଦୀର୍ଘବର୍ଷ ହେଲା ନୟାଗଡ଼ରେ ସେ ତା’ର କାୟାବିିସ୍ତାର କରି ମାରଣାସ୍ତ୍ର ବ୍ୟବସାୟ କରୁଥିବାର ଜଣାପଡ଼ିଛି । ତା ବିରୁଦ୍ଧରେ ବହୁ ଥାନାରେ କେସ୍ ଥିବାର ପୋଲିସ ସୂଚନା ପାଇଛି ।