LOCAL NEWSNEWSODISHATOP STORIES

ପୁଣି ଖଟିଆରେ ବୁହା ହୋଇ ନାଳ ପାରି ହେଲେ ପ୍ରସୂତୀ

ବାଙ୍ଗିରିପୋଷି,୪ା୧୦(ଓଡ଼ିଶା ଭାସ୍କର): ବାଙ୍ଗିରିପୋଷି ଅଂଚଳରେ କିଛିଦିନ ପୁର୍ବେ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନଦୀ ପାର ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ମାତ୍ର କେଇ ଦିନ ପରେ ପୁଣି ଏହି ଘଟଣାର ପୁନରାବୃତି ଘଟିଛି । ମିଳିଥିବା ସୂଚନା ଅନୁସାରେ ବାଙ୍ଗିରିପୋଷି ବ୍ଲକ ଅ”ର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତର ଚାଉଳଘୋରୀ ଗ୍ରାମ କାଳୁ ସିଂଙ୍କ ସ୍ତ୍ରୀ ଝୁମୀ ସିଂ ଙ୍କର ଆଜି ପ୍ରସବ ବେଦନା ହେବାରୁ ପରିବାର ଲୋକେ ଓ ଗ୍ରାମବାସୀ ୧୦୨ ଆମ୍ବୁଲ୍ୟାନ୍ସକୁ ଯୋଗାଯୋଗ କରିଥିଲେ । କି”ୁ ଗାଁକୁ ଯିବା ପାଇଁ ରାସ୍ତା ସହିତ ଅନ୍ୟ କୌଣସି ସୁବିଧା ନଥିବାରୁ ଏକ ଖଟିଆ ସାହାର୍ଯ୍ୟରେ ତାଙ୍କୁ ବୋହି ନାଳ ଏବଂ ରାସ୍ତା ପାର କରି ଆମ୍ବୁଲ୍ୟାନ୍ସ ପର୍ଯ୍ୟ” ନେଇଥିଲେ । ତେବେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ତ୍ୟବସ୍ଥା ଗୁରୁତର ଥିବାରୁ ବାରିପଦା ପିଆରଏମ ମେଡିକାଲ କଲେଜକୁ ପଠା ଯାଇଥିବାର ଜାଣିବାକୁ ମିଳିଛି । ଏଠାରେ ସୂଚାଇ ଦିଆଯାଏ, ଗତ ୩୦ ତାରିଖ ଉକ୍ତ ଗ୍ରାମର ବାବୁଲୁ ସିଂ ଙ୍କ ସ୍ତ୍ରୀ ସୁକୁମଣି ସିଂ ଖଟିଆରେ ବୁହା ହୋଇ ନାଳ ପାର ହେଉଥିବା ବେଳେ ଏକ କନ୍ୟା ସ”ାନ ଜନ୍ମ ଦେଇଥିଲେ । ଘଟଣା ବିଷୟରେ ପ୍ରଘଟ ପରେ ଜନ ଅସେ”ାଷ ବୃଦ୍ଧି ପାଇଥିଲା । ଅନ୍ୟପକ୍ଷେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱସ୍ତ୍ୟକେନ୍ଦ୍ରରେ ଦୀର୍ଘ ଦିନ ଧରି ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର ପଦବୀ ଖାଲି ଥିବା ଯୋଗୁଁ ଝୁମୀ ସିଂ ଉତମ ଚିକିତ୍ସା ନ ପାଇ ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜକୁ ପଠାଇ ଦିଆଯାଇଛି । ତେବେ ଏହି ଦୁଃଖଦ ଘଟଣାର ପୁନରାବୃତି ଯେଭଳି ନହେବ ସେଥିପ୍ରତି ପ୍ରଶାସନ ନିଜର ଗୁରୁଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ଜୋର ଧରିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close