INTERNATIONAL NEWSNATIONALNEWSTOP STORIES

ଭାରତ ଓ ରୁଷ ମଧ୍ୟରେ ୪ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ, ୫।୧୦: ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ୍‍ ଭାରତ ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ଭାରତ- ରୁଷ ମଧ୍ୟରେ ୫ଟି ଏସ-୪୦୦ମିସାଇଲ ଡିଫେନ୍ସ ସିଷ୍ଟମକୁ ନେଇ ଚୁକ୍ତି ହୋଇଛି। ଏହି ଚୁକ୍ତି ଦ୍ବାରା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବୃଦ୍ଧି ପାଇବ। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଉଭୟ ଦେଶ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଭାରତ-ରୁଷ ମଧ୍ୟରେ ଏହି ଆଲୋଚନା ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଗୁରୁବାର ସନ୍ଧ୍ୟାରେ ଦୁଇଦିନିଆ ଗସ୍ତରେ ପୁତିନ ଭାରତ ଆସିଛନ୍ତି। ଏହା ପରେ ପୁତିନଙ୍କୁ ମୋଦୀ ରାତ୍ରଭୋଜନରେ ସାକ୍ଷାତ କରିବା ସହ ଆଲୋଚନା ହୋଇଥିଲା। ରୁଷ ସହ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆଲୋଚନାକୁ ନେଇ ଆମେରିକା ସନ୍ଦେହ ଦୃଷ୍ଟିରେ ଦେଖୁଛି। ପୁତିନଙ୍କ ଭାରତ ଗସ୍ତର ଠିକ୍‍ ପୂର୍ବରୁ ଆମେରିକା ତା’ର ମିତ୍ର ଦେଶଗୁଡ଼ିକୁ ରୁଷ ସହ କୌଣସି ପ୍ରକାର ଡିଲ୍ ନ କରିବାକୁ କହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close