CRIMEODISHATOP STORIES

ଭୁବନେଶ୍ଵରରେ ପହଞ୍ଚିଲେ ଅଭିଜିତ ଆୟର୍

ଭୁବନେଶ୍ୱର, ୫।୧୦ (ଓଡ଼ିଶା ଭାସ୍କର): ଶୁକ୍ରବାର ଭୁବନେଶ୍ଵରରେ ପହଞ୍ଚିଛନ୍ତି ଅଭିଜିତ ଆୟାର । କିଛି ସମୟ ତଳେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିବା ସୂଚନା ମିଳିଛି । ଏହାପରେ ସେ କୋଣାର୍କ ଯିବେ ବୋଲି ଜଣା ପଡିଛି। ଏହା ପୂର୍ବରୁ ସେ ସୁରକ୍ଷା ର ଆବଶ୍ୟକତା ରହିଛି ବୋଲି ପୁରୀ ଏସପି ଙ୍କୁ ଇମେଲ ଯୋଗେ ଜଣାଇଥିଲେ ଆୟାରଙ୍କ ଓକିଲ । ଆସନ୍ତା ୧୧ ତାରିଖରେ ସେ ବିଧାନସଭା ଗୃହ କମିଟି ନିକଟରେ ହାଜର ହେବେ ବୋଲି ସୂଚନା ଦେଇଥିଲେ। ସୂଚନାଯୋଗ୍ୟ ଓଡିଶାର ସଂସ୍କୃତି ଓ ଐତିହ୍ୟ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାରଙ୍କ ଅନ୍ତରୀଣ ଜାମିନ ଅବଧିକୁ ନୂଆଦିଲ୍ଲୀ ସାକେତ କୋର୍ଟ ଅକ୍ଟୋବର ୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ତେବେ ଗତକାଲି ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ କଡ଼ା ଭର୍ତ୍ସନା କରିଥିବାବେଳେ ଜାମିନ ଆବେଦନକୁ ଖାରଜ କରିଥିଲେ ଲୋକଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରିଥିବା ଅଭିଜିତ ସୁରକ୍ଷା ପାଇଁ ହକଦାର ନୁହଁନ୍ତି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ସ୍ପଷ୍ଟ ଭାବେ କହିଥିଲେ । ତେବେ ସେ ଆଉ ରିଭ୍ୟୁ ପିଟିସନ୍‌ ଆବେଦନ କରିବେ ନାହିଁ ବୋଲି ତାଙ୍କ ଓକିଲ ନିଖିଲ ମେହର କହିଛନ୍ତି । କୋଣାର୍କ ଥାନାରେ ମାମଲା ରୁଜୁ ହେବା ପରେ ସେପ୍ଟେମ୍ବର ୨୦ରେ ଓଡ଼ିଶା ପୋଲିସ ଦିଲ୍ଲୀ ପୋଲିସ ସାହାଯ୍ୟରେ ତାଙ୍କୁ ଗିରଫ କରି ସାକେତ କୋର୍ଟରେ ହାଜର କରିଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close