fbpx

ପୁଣିଥରେ ୧୧କେଭି ତାର ନେଲା ଜୀବନ

କଟକ, ୨୦ା୨(ଓଡ଼ିଶା ଭାସ୍କର): ପୁଣିଥରେ ୧୧କେଭି ତାର ସଂସ୍ପର୍ଶରେ ଆସି ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି । ୧୧କେଭି ବିଦ୍ୟୁତ ତାର ଲାଗି କଟକ ଜଳ ସମ୍ପଦ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ନିଶ୍ଚିନ୍ତକୋଇଲି ସିଏଚସିର ଡାକ୍ତର । ମୃତକ ସୁରେନ୍ଦ୍ର ଆଚାର୍ଯ୍ୟ ପୁନ୍ଦାଳ ନଦୀବନ୍ଧ ଉପଖଣ୍ଡ କର୍ମଚାରୀ ଥିଲେ । ନେମାଳ ଥାନା ମାଣିକପୁରରେ ନଦୀବନ୍ଧ ପାଇଁ ମାପ କରିବାକୁ ଯାଉଥିବା ବେଳେ ଏହିପରି ଅଭାବନୀୟ ଘଟଣା ଘଟି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

Get real time updates directly on you device, subscribe now.