INTERNATIONAL NEWSNEWSTOP STORIES

ନିଖୋଜ ଥିବା ଇଣ୍ଟରପୋଲ୍ ମୁଖ୍ୟଙ୍କ ସନ୍ଧାନ ମିଳିଲା

ପ୍ୟାରିସ୍, ୬ା୧୦ : ୬ଦିନ ଧରି ନିଖୋଜ ରହିବା ପରେ ଇଣ୍ଟରପୋଲ୍ର ଅଧ୍ୟକ୍ଷ ମେଙ୍ଗ୍ ହୋଙ୍ଗୱେଇ (୬୪ ବର୍ଷ)ଙ୍କ ସନ୍ଧାନ ମିଳିଛି । ସେ ଚୀନ୍ ପୋଲିସ ହେପାଜତରେ ଥିବା ଜଣାପଡିଛି । ଏକ ପୁରୁଣା ମାମଲାକୁ କେନ୍ଦ୍ର କରି ପୋଲିସ ତାଙ୍କୁ ଧରିଥିବା କୁହାଯାଉଥିଲେ ମଧ୍ୟ କେଉଁ ମାମଲାରେ ତାଙ୍କୁ ଅଟକ ରଖାଯାଇଛି ତାହା ପ୍ରକାଶ କରାଯାଇ ନାହିଁ । ମେଙ୍ଗ୍ ନିଖୋଜ ଥିବା ତାଙ୍କ ପତ୍ନୀ ଜଣାଇବା ପରେ ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ସାଉଥ୍ ଚାଇନା ମର୍ଣ୍ଣିଂରେ ପ୍ରକାଶିତ ଖବର ଅନୁସାରେ ଗତ ସପ୍ତାହରେ ଚୀନ୍ରେ ଅବତରଣ କରିବା ମାତ୍ରେ ମେଙ୍ଗ୍ଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିଲା । ୨୦୧୬ ନଭେମ୍ବରରେ ସେ ଇଣ୍ଟରପୋଲର ଅଧ୍ୟକ୍ଷଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଚୀନ୍ରେ ନାଗରିକ ସୁରକ୍ଷା ମାମଲାର ଉପମନ୍ତ୍ରୀ ଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close