NATIONALPOLITICSTOP STORIES

ବିଜେପିର ଚିନ୍ତା ବଢ଼ାଇଲା ସର୍ଭେ, ୩ ରାଜ୍ୟରେ କ୍ଷମତାକୁ ଫେରିପାରେ କଂଗ୍ରେସ

ନୂଆଦିଲ୍ଲୀ, ୭ା୧୦ : ଦେଶରେ ରାଜନୈତିକ ବାତାବରଣ ଉଷ୍ମ ରହିଥିବା ବେଳେ ବିଭିନ୍ନ ଏଜେନ୍ସି ଓ ନିଉଜ୍ ଚ୍ୟାନେଲମାନଙ୍କ ତରଫରୁ ହେଉଥିବା ସର୍ଭେ ରିପୋର୍ଟ ରାଜନୈତିକ ଦଳମାନଙ୍କର ଚିନ୍ତା ବୃଦ୍ଧି କରିଛି । ଦେଶର ସର୍ବବୃହତ ଦଳ ବିଜେପିକୁ ନିକଟରେ ଆସିଥିବା ଏକ ସର୍ଭେ ରିପୋର୍ଟ ବଡ଼ ଝଟକା ଦେଇଛି । ନିର୍ବାଚନ ଆୟୋଗଙ୍କ ତରଫରୁ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବା ପରେ ଏବିପି ନ୍ୟୁଜ-ସିଭୋଟରର ଓପିନିୟନ୍ ପୋଲ୍ରେ କୁହାଯାଇଛି ଯେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଗଢ଼ିବାରେ ସଫଳ ହୋଇପାରେ । ଏହି ତିନୋଟି ରାଜ୍ୟରେ କ୍ଷମତାସୀନ ରହିଥିବା ବିଜେପି ଗାଦିଚ୍ୟୁତ ହେବ ବୋଲି ସର୍ଭେରେ କୁହାଯାଉଛି । ଗତ ୧୫ବର୍ଷ ହେବ ମଧ୍ୟପ୍ରଦେଶରେ ଶାସନ କରି ଆସିଥିବା ବିଜେପିକୁ ଏଥର ବଡ଼ଝଟକା ପହଞ୍ôଚବାକୁ ଯାଉଛି । ରାଜ୍ୟର ୨୩୦ଟି ସିଟ୍ ମଧ୍ୟରୁ କଂଗ୍ରେସକୁ ୧୨୨ସିଟ୍ ମିଳିବାର ସମ୍ଭାବନା ରହିଥିବା ବେଳେ ବିଜେପିକୁ ୧୦୮ଟି ସିଟ୍ ମିଳିବ ବୋଲି କୁହାଯାଉଛି । ୨୦୦୩ରୁ ରାଜ୍ୟରେ ବିଜେପି ସରକାର ରହିଛି । ସେହିଭଳି ଛତିଶଗଡ଼ରେ ମଧ୍ୟ କଂଗ୍ରେସ ଆଗରେ ରହିବ ବୋଲି କୁହାଯାଉଛି । ସର୍ଭେ ଅନୁସାରେ ୯୦ସିଟ୍ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ କଂଗ୍ରେସକୁ ସର୍ବାଧିକ ୪୭ଟି ସିଟ୍ ମିଳିବ ବୋଲି ଆଶା କରାଯାଉଥିବା ବେଳେ ବିଜେପିକୁ ୪୦ ଓ ଅନ୍ୟମାନଙ୍କୁ ତିନୋଟି ସିଟ୍ ମିଳିବ ବୋଲି କୁହାଯାଉଛି । ଅନ୍ୟପଟେ ରାଜସ୍ଥାନରେ କଂଗ୍ରେସ ବଡ଼ ସଫଳତା ହାସଲ କରିବ ବୋଲି ସର୍ଭେରୁ ଜଣାପଡ଼ୁଛି । ବସୁନ୍ଧରା ରାଜେଙ୍କ ସରକାର ଏଥର ଗାଦିଚ୍ୟୁତ ହେବ ବୋଲି ଏହି ବିପର୍ଯ୍ୟୟ କୁହାଯାଇଛି । ଓପିନିୟନ ପୋଲ୍ ଅନୁସାରେ ଦୁଇଶହ ସିଟ୍ର ରାଜସ୍ଥାନ ବିଧାନସଭାର ୧୪୨ଟି ସିଟ୍ରେ କଂଗ୍ରେସ ବିଜୟୀ ହେବ ବୋଲି ଅନୁମାନ କରାଯାଉଛି । ସେହିଭଳି ବିଜେପିକ୍ୁ ମାତ୍ର ୫୬ଟି ସିଟ୍ ମିଳୁôଥିବା ବେଳେ ଅନ୍ୟମାନଙ୍କୁ ମାତ୍ର ୨ଟି ସିଟ୍ ମିଳିବ ବୋଲି ସର୍ଭେରେ କୁହାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close